ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମୀରେ ଟ୍ରେନିଂ ବେଳେ ବିମାନ ପିସି-୭ ଏମକେ-୨ କ୍ରାସ୍‌ ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି ।

ତେଲେଙ୍ଗାନାରେ ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି କି, ସକାଳ ୮.୫୫ ମିନିଟରେ ତେଲେଙ୍ଗାନାର ଡିଣ୍ଡିଗୁଲରେ ଏୟାରଫୋର୍ସ ଏକାଡେମୀର ପିଲାଟସ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି ।

ଖବର ମୁତାବକ, ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମୀରେ ଟ୍ରେନିଂ ବେଳେ ବିମାନ ପିସି-୭ ଏମକେ-୨ କ୍ରାସ୍‌ ହୋଇଛି । ଏଥିରେ ଦୁଇ ଜଣ ପାଇଲଟ ଥିଲେ । ଜଣେ ପ୍ରଶିକ୍ଷକ ଓ ଆଉ ଜଣେ କ୍ୟାଡେଟ୍ ସାମିଲ ଥିଲେ।

ଆଜି ସକାଳ ୮ଟା ୫୫ ମିନିଟରେ ବିମାନ କ୍ରାସ ହୋଇଥିଲା । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ । ତଦନ୍ତ ଜାରି ରହିଥିବା ଭାରତୀୟ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହାଇଦ୍ରାବାଦର ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ରାଜନାଥ ସିଂ ଲେଖିଛନ୍ତି, ‘ହାଇଦ୍ରାବାଦ ପାଖରେ ହୋଇଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ଅତନ୍ତ ଦୁଃଖିତ । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.