ହ୍ୱାଟ୍ସଆପ ଆଣିଛି ନୂଆ ଫିଚର, ଏବେ ୟୁଜରନେମ ଦ୍ୱାରା କରିପାରିବେ ଲୋକଙ୍କୁ ସର୍ଚ୍ଚ

ହ୍ୱାଟ୍ସଆପ୍ ଖୁବ ଶୀଘ୍ର ଏକ ନୂଆ ସର୍ଚ୍ଚ ବାର୍ ଫିଚର ଲଞ୍ଚ କରିବାକୁ ଯାଉଛି ଯାହା ୟୁଜରମାନଙ୍କୁ ସେମାନଙ୍କର ୟୁଜରନେମ ବ୍ୟବହାର କରି ଅନ୍ୟମାନଙ୍କୁ ଖୋଜିବାକୁ ଅନୁମତି ଦେବ । ଏହି ଫିଚର ୟୁଜରମାନଙ୍କୁ ଅଧିକ ପ୍ରାଇଭେସି ଦେବ କାରଣ ଏଥିରେ ସେମାନଙ୍କୁ ନିଜ ଫୋନ୍ ନମ୍ବର ସେୟାର କରିବାର କୌଣସି ଆବଶ୍ୟକତା ନାହିଁ ।

ହ୍ୱାଟ୍ସଆପ୍ ଖୁବ ଶୀଘ୍ର ଏକ ନୂଆ ସର୍ଚ୍ଚ ବାର୍ ଫିଚର ଲଞ୍ଚ କରିବାକୁ ଯାଉଛି ଯାହା ୟୁଜରମାନଙ୍କୁ ସେମାନଙ୍କର ୟୁଜରନେମ ବ୍ୟବହାର କରି ଅନ୍ୟମାନଙ୍କୁ ଖୋଜିବାକୁ ଅନୁମତି ଦେବ । ଏହି ଫିଚର ୟୁଜରମାନଙ୍କୁ ଅଧିକ ପ୍ରାଇଭେସି ଦେବ କାରଣ ଏଥିରେ ସେମାନଙ୍କୁ ନିଜ ଫୋନ୍ ନମ୍ବର ସେୟାର କରିବାର କୌଣସି ଆବଶ୍ୟକତା ନାହିଁ । WABetaInfo ଦ୍ୱାରା ସେୟାର ହୋଇଥିବା ସ୍କ୍ରିନସଟ୍ ଅନୁଯାୟୀ, ଏହି ନୂଆ ଫିଚର ହ୍ୱାଟ୍ସଆପ ସର୍ଚ୍ଚ ବାର ଉପରେ ଏକ ନୂଆ ଟ୍ୟାବ ଭାବରେ ଦେଖାଯିବ ।

ୟୁଜରମାନେ ସେମାନଙ୍କର ୟୁଜରନେମ କିମ୍ବା ଅନ୍ୟାନ୍ୟ ସୂଚନା ଯେପରିକି ନାମ କିମ୍ବା ପ୍ରୋଫାଇଲ୍ ଫଟୋ ୟୁଜ କରି ଅନ୍ୟମାନଙ୍କୁ ଖୋଜି ପାରିବେ । ଏହି ଫିଚର ୟୁଜରମାନଙ୍କୁ ଏକ ୟୁଜରନେମ ବାଛିବା ପାଇଁ ଅନୁମତି ଦେବ ଯାହାକି ଅନ୍ୟ ୟୁଜରମାନେ ସେମାନଙ୍କୁ ଖୋଜିବା ପାଇଁ ବ୍ୟବହାର କରିପାରିବେ । ଯେଉଁମାନେ ସେମାନଙ୍କ ଫୋନ୍ ନମ୍ବର ସେୟାର କରିବାକୁ ଚାହୁଁନାହାଁନ୍ତି ସେମାନଙ୍କ ପାଇଁ ଏହା ବିଶେଷ ଉପଯୋଗୀ ହେବ । ୟୁଜରନେମ ଗୁଡିକ ସଂପୂର୍ଣ୍ଣ ଅପ୍ସନାଲ ହେବ, ଅର୍ଥାତ୍ ୟୁଜରମାନେ ସେମାନଙ୍କ ଫୋନ୍ ନମ୍ବର ବ୍ୟବହାର କରି ଅନ୍ୟମାନଙ୍କ ସହିତ କନେକ୍ଟ କରିପାରିବେ ।

ଏକ ରିପୋର୍ଟ ଅନୁଯାୟୀ, ୟୁଜରମାନେ ଯେତେବେଳେ ଚାହିଁବେ ସେମାନଙ୍କର ୟୁଜରନେମ ଆଡ, ଡିଲିଟ କିମ୍ବା ଚେଞ୍ଜ କରିପାରିବେ । ଏହା ଆପଣଙ୍କୁ ନିଜର ଇଣ୍ଡିଭିଜୁଆଲ ଆବଶ୍ୟକତା ଅନୁଯାୟୀ ନିଜର ପ୍ରାଇଭେସି ସେଟିଂକୁ ଆଡଜଷ୍ଟ କରିବାକୁ ଅନୁମତି ଦେବ । ଏହି ନୂଆ ଫିଚର ବର୍ତ୍ତମାନ ମଧ୍ୟ ଡେଭଲପ ହେଉଛି ଏବଂ ଏହି ହ୍ୱାଟ୍ସଆପ୍ ଆପ୍ଲିକେସନର ଫ୍ୟୁଚର ଅପଡେଟରେ ଇଣ୍ଟରଡ୍ୟୁସ କରାଯିବ । ଏହି ଫିଚର ଉଭୟ ଆଣ୍ଡ୍ରଏଡ୍ ଏବଂ iOS ପାଇଁ ଉପଲବ୍ଧ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ କ୍ଲିୟର ହୋଇନାହିଁ ।

ପ୍ରାଇଭେସି ବଢ଼ାଇବା ପାଇଁ ହ୍ୱାଟ୍ସଆପ୍ ଏକ ନୂଆ ଫିଚର ଯୋଡିଛି । ଏହି ଫିଚର ୟୁଜରମାନଙ୍କୁ ସେମାନଙ୍କର ଲକ୍ ହୋଇଥିବା ଚାଟ୍ ପାଇଁ ଏକ ସିକ୍ରେଟ କୋଡ୍ ସେଟ୍ କରିବାକୁ ଅନୁମତି ଦିଏ । ଏହି କୋଡ୍ ସେମାନଙ୍କ ଫୋନ୍ ଅନଲକ୍ କୋଡ୍ ଠାରୁ ଅଲଗା ହେବ, ଯାହା ୟୁଜରମାନଙ୍କୁ ନିଜ ପ୍ରାଇଭେଟ ଚାଟ ଅଧିକ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ । ଏହି ଫିଚର ଆନାଉନ୍ସ କରି ମେଟାର ଫାଉଣ୍ଡର ତଥା CEO ମାର୍କ ଜୁକରବର୍ଗ କହିଛନ୍ତି ଯେ ସର୍ଚ୍ଚ ବାରରେ ସିକ୍ରେଟ କୋଡ୍ ଏଣ୍ଟ୍ରି କରିବା ପରେ ହି ଆପଣ ପ୍ରାଇଭେଟ ଚାଟ୍ ଦେଖିପାରିବେ । ଅନଇଣ୍ଟେନ୍ସନାଲ ଡିସକଭରୀକୁ ଏହା ଏକ ଆଡିଜନାଲ ପ୍ରୋଟେକ୍ସନ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.