Below header

ପୁଣି ଚର୍ଚ୍ଚାରେ ଉଦୟନିଧି ଷ୍ଟାଲିନ, ସନାତନ ଧର୍ମ ପରେ ଏଥର ହିନ୍ଦୀ ଭାଷାକୁ ନେଇ ଅମିତ ଶାହଙ୍କୁ ଟାର୍ଗେଟ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁତ୍ର ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସନାତନ ଧର୍ମ ଉପରେ ଦେଇଥିବା ଟିପ୍ପଣୀ ନିଆଁ ଥଣ୍ଡା ହୋଇ ନଥିବା ବେଳେ ଏବେ ପୁଣି ଥରେ ଅମିତ ଶାହଙ୍କ ହିନ୍ଦୀ ଏକଜୁଟ କରିଥାଏ ଭାଷଣ ଉପର ଷ୍ଟାଲିନଙ୍କ ଟିପ୍ପଣୀ ଚର୍ଚ୍ଚକୁ ଆସିଛି ।

ଚେନ୍ନାଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁତ୍ର ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସନାତନ ଧର୍ମ ଉପରେ ଦେଇଥିବା ଟିପ୍ପଣୀ ନିଆଁ ଥଣ୍ଡା ହୋଇ ନଥିବା ବେଳେ ଏବେ ପୁଣି ଥରେ ଅମିତ ଶାହଙ୍କ ହିନ୍ଦୀ ଏକଜୁଟ କରିଥାଏ ଭାଷଣ ଉପର ଷ୍ଟାଲିନଙ୍କ ଟିପ୍ପଣୀ ଚର୍ଚ୍ଚକୁ ଆସିଛି । ଏଥର ଷ୍ଟାଲିନ ସିଧା ସଳଖ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ।

ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ହିନ୍ଦୀ ଦିବସ ଅବସରରେ ଏକ ସଭାକୁ ସମ୍ବୋଧନ କରି କହିଥଲେ ଯେ ଦୁନିଆର ସବୁଠୁ ବଡ଼ ଲୋକତନ୍ତ୍ର ଭାରତରେ ଭାଷାର ବିବିଧତାକୁ ଏକ ସୂତ୍ରରେ ବାନ୍ଧିବାରେ ହିନ୍ଦୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଗୃହମନ୍ତ୍ରୀଙ୍କ ଏହି ଟିପ୍ପଣୀ ଉପରେ ଷ୍ଟାଲିନ କଡ଼ା ନିନ୍ଦା କରିଛନ୍ତି । ଦେଶର ୪/୫ ଟି ରାଜ୍ୟରେ କୁହାଯାଉଥିବା ହିନ୍ଦୀ ଭାଷାକୁ ନେଇ ଅମିତ ଶାହଙ୍କ ଟିପ୍ପଣୀର କିଛି ଅର୍ଥ ନାହିଁ । ଏହା ଜୋର ଜବରଦସ୍ତ ହିନ୍ଦୀ ଥାପିବା ଛଡ଼ା ଆଉ କିଛି ନୁହେଁ ।

‘ହିନ୍ଦୀ ଥୋପନା ବନ୍ଦ କରେ’ ହାସ ଟ୍ୟାଗ ସହ ଷ୍ଟାଲିନ କହିଛନ୍ତି ଯେ ଆମେ ଏଠାରେ ତାମିଲ କହିଥାଉ, କେରଳରେ ମାଲାୟାଲମ, ହେଲେ ହିନ୍ଦୀ କିପରି ସମାହିତ ହୋଇ ଆମକୁ ସଶକ୍ତ କରୁଛି ? ଅମିତ ଶାହ ହିନ୍ଦୀ ଭାଷା ଭିନ୍ନ ଅନ୍ୟ ଭାଷାକୁ ପ୍ରାନ୍ତୀୟ ଭାଷା କହି ସେମାନଙ୍କୁ ଅପମାନିତ କରିବା ବନ୍ଦ କରନ୍ତୁ ବୋଲି ଷ୍ଟାଲିନ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.