କିସ୍ ର ପ୍ରଭାବକୁ ଭାରତ ସରକାରଙ୍କ ସର୍ବ ପୁରାତନ ଗବେଷଣା ଓ ତାଲିମ ଅନୁଷ୍ଠାନର ପ୍ରଶଂସା

ଜନଜାତି ସଶକ୍ତିକରଣ କରିଆସୁଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ର ପ୍ରଭାବକୁ ହାଇଦ୍ରାବାଦ ସ୍ଥିତ ଆଡମିନିଷ୍ଟ୍ରେଟିଭ୍ ଷ୍ଟାଫ୍ କଲେଜ ଅଫ୍ ଇଣ୍ଡିଆ (ଆସ୍କି) ଭୂୟସୀ ପ୍ରଶଂସା କରିଛି ।

କେନ୍ୟୁଜ୍(ବ୍ୟୁରୋ): ଶିକ୍ଷା ଜରିଆରେ ଦୀର୍ଘ ୩୦ ବର୍ଷ ହେଲା ଜନଜାତି ସଶକ୍ତିକରଣ କରିଆସୁଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ର ପ୍ରଭାବକୁ ହାଇଦ୍ରାବାଦ ସ୍ଥିତ ଆଡମିନିଷ୍ଟ୍ରେଟିଭ୍ ଷ୍ଟାଫ୍ କଲେଜ ଅଫ୍ ଇଣ୍ଡିଆ (ଆସ୍କି) ଭୂୟସୀ ପ୍ରଶଂସା କରିଛି । ଆସ୍କି ହେଉଛି ଭାରତ ସରକାରଙ୍କ ସର୍ବ ପୁରାତନ ଗବେଷଣା ଓ ତାଲିମ୍ ଅନୁଷ୍ଠାନ । ଏହା ବିଶ୍ୱର ତୃତୀୟ ଅନୁଷ୍ଠାନ ହୋଇଥିବା ବେଳେ ଏସିଆର ଏକମାତ୍ର ଅନୁଷ୍ଠାନ ।

ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍ ସର୍ବଦା ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିଆସୁଛି । ଏ ଦିଗରେ କିସ୍ ର ପ୍ରଭାବ କିପରି ରହିଛି ସେନେଇ ମୂଲ୍ୟାୟନ କରିବା ପାଇଁ ଆସ୍କିକୁ ଦାୟିତ୍ୱ ଦିଆଯାଇଥିଲା । ଆସ୍କି ପକ୍ଷରୁ ଦୀର୍ଘ ୧ ବର୍ଷ ଧରି କିସ୍ ର ବିଭିନ୍ନ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା ।

ଆଜି ହାଇଦ୍ରାବାଦ ସ୍ଥିତ ଆସ୍କି କାର୍ଯ୍ୟାଳୟ ପରିସରରେ ଆସ୍କି ପକ୍ଷରୁ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯାଇଛି । ଏହି ରିପୋର୍ଟରେ କିସ୍ କାର୍ଯ୍ୟକଳାପ ଓ ସମସ୍ତ ପ୍ରକାର ପ୍ରଭାବ ନେଇ ଆସ୍କି ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି । କିସ୍ ର କାର୍ଯ୍ୟକୁ ଉପଯୁକ୍ତ ମୂଲ୍ୟାୟନ କରାଯାଇଥିବାରୁ ଡକ୍ଟର ସାମନ୍ତ ଆସ୍କିକୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଡକ୍ଟର ସାମନ୍ତ ହାଇଦ୍ରାବାଦ୍ ର ଦୁଇଟି ସ୍ଥାନରେ ବକ୍ତୃତା ପ୍ରଦାନ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.