Below header

ସ୍ତ୍ରୀକୁ ହତ୍ୟା ପରେ ଋଷିକୂଲ୍ୟା ନଦୀରେ ଫିଙ୍ଗି ଦେଲେ ପିଶାଚ ସ୍ୱାମୀ

ସ୍ୱାମୀ ନିଜ ସ୍ତ୍ରୀକୁ ଏକ ବେଲ୍ଟ ମାଧ୍ୟମରେ ତଣ୍ଟିକୁ ଚିପି ହତ୍ୟା କରିବା ପରେ ଗ୍ରାମ ନିକଟରେ ଥିବା ଋଷିକୂଲ୍ୟା ନଦୀ କୂଳକୁ ନେଇ ତାର ହାତ, ଗୋଡ଼, ଜଙ୍ଘ, ବେକକୁ ଖଣ୍ଡ ଖଣ୍ଡ କରି କାଟି ନଦୀରେ ଫିଙ୍ଗି ଦେଇଛି।

ସୋରଡ଼ା(କେନ୍ୟୁଜ୍): ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ l  ସ୍ୱାମୀ ନିଜ ସ୍ତ୍ରୀକୁ ଏକ ବେଲ୍ଟ ମାଧ୍ୟମରେ ତଣ୍ଟିକୁ ଚିପି ହତ୍ୟା କରିବା ପରେ ଗ୍ରାମ ନିକଟରେ ଥିବା ଋଷିକୂଲ୍ୟା ନଦୀ କୂଳକୁ ନେଇ ତାର ହାତ, ଗୋଡ଼, ଜଙ୍ଘ, ବେକକୁ ଖଣ୍ଡ ଖଣ୍ଡ କରି କାଟି ନଦୀରେ ଫିଙ୍ଗି ଦେଇଛି। ଏକଥା ନିଜେ କହିଛି ସ୍ୱାମୀ। ମୃତକ ଜଣଙ୍କ ହେଲେ ବୁଲି ମୂଳି।  ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳି ନିଜେ ପୋଲିସ ସମ୍ମୁଖରେ ହତ୍ୟାକାଣ୍ଡ କେମିତି ଘଟାଇଛି ତାହା ବୟାନ ଦେଇଛି।

ଅଭିଯୁକ୍ତ ଠୁ ଖବର ପାଇବା ପରେ ସୋରଡ଼ା ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳିକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଋଷିକୂଲ୍ୟା ନଦୀରେ ବହୁତ ଖୋଜା ଖୋଜି କରିବା ପରେ ବି ମୃତଦେହର କୌଣସି ଅଂଶ ମିଳିନି । ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି l ସ୍ୱାମୀ ନାରାୟଣ ବୁଲିଙ୍କୁ ଆଗରୁ ପ୍ରେମ କରୁଥିଲେ ଏବଂ ତିନି ମାସ ତଳେ ଉଭୟ ପରିବାର ଙ୍କ ସହମତିରେ ମନ୍ଦିରରେ ବିବାହ କରିଥିଲେ । ପୋଲିସ ଏହି  ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.