ମୁମ୍ବାଇ ଏୟାରପୋର୍ଟରେ ବଡ଼ ଦୁର୍ଘଟଣା! ରନ୍ୱେରୁ ଖସି ଦୁଇଫାଳ ହେଲା ବିମାନ, ୩ ଆହତ
ମୁମ୍ବାଇ ବିମାନବନ୍ଦରରେ ବଡ଼ ଦୁର୍ଘଟଣା। ଗୁରୁବାର ଲ୍ୟାଣ୍ଡିଂ ବେଳେ ଏକ ଘରୋଇ ଚାର୍ଟର୍ଡ ବିମାନ ରନ୍ୱେରୁ ଖସି ଯାଇଥିଲା। ବିମାନରେ ୬ ଯାତ୍ରୀଙ୍କ ସହ ଦୁଇ ଜଣ କ୍ରୁ ସଦସ୍ୟ ଥିଲେ।

ମୁମ୍ବାଇ ବିମାନବନ୍ଦରରେ ବଡ଼ ଦୁର୍ଘଟଣା। ଗୁରୁବାର ଲ୍ୟାଣ୍ଡିଂ ବେଳେ ଏକ ଘରୋଇ ଚାର୍ଟର୍ଡ ବିମାନ ରନ୍ୱେରୁ ଖସି ଯାଇଥିଲା। ବିମାନରେ ୬ ଯାତ୍ରୀଙ୍କ ସହ ଦୁଇ ଜଣ କ୍ରୁ ସଦସ୍ୟ ଥିଲେ। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଡିଜିସିଏ କହିଛି ଯେ ବିଶାଖାପାଟଣାରୁ ମୁମ୍ବାଇ ପାଇଁ ଉଡ଼ାଣ ଭରିଥିବା VSR ଭେଞ୍ଚର୍ସ ଲିୟରଜେଟ୍ 45 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି VT-DBL ମୁମ୍ବାଇ ବିମାନବନ୍ଦରର ୨୭ ନମ୍ବର ରନ୍ୱେରେ ଲ୍ୟାଣ୍ଡିଂ କରିବା ସମୟରେ ଖସି ଯାଇଥିଲା।
ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା, ସେହି ସମୟରେ ପ୍ରବଳ ବର୍ଷା ହେଉଥିଲା। ଏହି କାରଣରୁ ବିମାନବନ୍ଦରରେ ୭୦୦ ମିଟର ପର୍ଯ୍ୟନ୍ତ ହିଁ ଦୃଶ୍ୟମାନ ହେଉଥିଲା। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଦୁର୍ଘଟଣା ପରର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ମୁମ୍ବାଇ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ବିମାନ ଦେଖିବାକୁ ମିଳୁଛି।
ତେବେ ଦୁର୍ଘଟଣା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା। କିନ୍ତୁ ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରି ନିଆଯାଇଥିଲା। ଲିୟରଜେଟ୍ 45 ହେଉଛି ୯ ସିଟ୍ ବିଶିଷ୍ଟ ସୁପର୍-ଲାଇଟ୍ ବିଜିନେସ୍ ଜେଟ୍। କାନାଡାସ୍ଥିତ ବମ୍ବେଡିଅର୍ ଆଭିଏସନର ଏକ ଡିଭିଜନ ଦ୍ୱାରା ଏହା ନିର୍ମିତ। ଏହି ଦୁର୍ଘଟଣା ସନ୍ଧ୍ୟା ୫ଟାରେ ହୋଇଥିବା ସୂଚନା ରହିଛି।
VSR Ventures Learjet 45 aircraft VT-DBL operating flight from Visakhapatnam to Mumbai was involved in runway excursion (veer off) while landing on runway 27 at Mumbai airport. There were 6 passengers and 2 crew members on board. Visibility was 700m with heavy rain. No casualties…
— ANI (@ANI) September 14, 2023