ଆମେରିକାର ରାଷ୍ଟ୍ରପତି ହେଲେ ୧୬ ଲକ୍ଷ କର୍ମଚାରୀ ହଟାଇବି, ବନ୍ଦ କରିଦେବି ଏଫବିଆଇ ଏଜେନ୍ସି : ବିବେକ ରାମସ୍ୱାମୀ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ରେ ହେବାକୁ ଯାଉଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ବଢ଼ିବାରେ ଲାଗିଛି । ଏବେ ଜଣେ ଆମେରିକୀୟ ଭାରତୀୟ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବାକୁ ଘୋଷଣା କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ରେ ହେବାକୁ ଯାଉଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ବଢ଼ିବାରେ ଲାଗିଛି । ଏବେ ଜଣେ ଆମେରିକୀୟ ଭାରତୀୟ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବାକୁ ଘୋଷଣା କରିଛନ୍ତି ।

ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଦୌଡରେ ଥିବା ଭାରତୀୟ ଆମେରିକୀୟ ବିବେକ ରାମସ୍ୱାମୀ କହିଛନ୍ତି, ଯଦି ସେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି,ତେବେ ସରକାରଙ୍କ ୭୫ ପ୍ରତିଶତ କର୍ମଚାରୀ ସେ ହଟାଇ ଦେବେ । ଏଥିସହିତ ଏଫବିଆଇ ଭଳି ବଡ଼ ଏଜେନ୍ସିକୁ ମଧ୍ୟ ସେ ହଟାଇ ଦେବେ ବୋଲି କହିଛନ୍ତି ।

ଆମେରିକାର ଏକ ସମାଚାର େଓବବସାଇଟକୁ ଦେଇଥିବା ସାକ୍ଷାତକାରରେ ରାମସ୍ୱାମୀ କହିଛନ୍ତି, ତାଙ୍କ ହାତରେ ଶିକ୍ଷା ବିଭାଗ, ଏଫବିଆଇ, ଅବକାରୀ, ତମ୍ବାକୁ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ବ୍ୟୁରୋ, ପରମାଣୁ ନିୟାମକ ଆୟୋଗ ଓ ବାଣିଜ୍ୟ ବିଭାଗ ରହିବ ।

ପ୍ରଥମ ବର୍ଷର ଶେଷ ସୁଦ୍ଧା ୫୦ ପ୍ରତିଶତ କର୍ମଚାରୀ ସେ ହ୍ରାସ କରିବେ ବୋଲି କହିଛନ୍ତି । ତାଙ୍କ ୪ ବର୍ଷ ଶାସନକାଳରେ ୨୨ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୭୫ ପ୍ରତିଶତ କର୍ମଚାରୀ ହଟାଇବେ ବୋଲି ସେ କହିଛନ୍ତି ।

ଅର୍ଥାତ ୧୬ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆ ଯିବ ବୋଲି ରାମସ୍ୱାମୀ କହିଛନ୍ତି । ଯାହା ଫଳରେ ଦେଶର ବଜେଟରୁ ଆରବ ଡଲାର ସଂଚୟ ହୋଇ ପା ରିବ । ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଦୃଢ଼ତା ଆସିବ ବୋଲି ରାମସ୍ୱାମୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.