Below header

ପ୍ରଥମେ ଫେସବୁକରେ ଫ୍ରେଣ୍ଡସିପ୍, ସମ୍ପର୍କ ଘନିଷ୍ଠ ହେବା ପରେ ଅସଲ ଖେଳ

ତମାଣ୍ଡୋର ନାରଗୋଦା ଘରକୁ ଡାକି ଇରାନୀ ଗ୍ୟାଙ୍ଗ କରୁଥିଲେ ବ୍ଲାକମେଲ ଓ ଲୁଟପାଟ । ହନିଟ୍ରାପର କାର୍ପଟଦାର ଥିଲା ଇରାନୀ ପାତ୍ରଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି । ଯାଜପୁରରୁ ଭୁବନେଶ୍ୱର ଯାଏ ଲମ୍ବିଛି ଇରାନୀର ହନିଟ୍ରାପ ରାକେଟ ।

କେନ୍ୟୁଜ୍(ବ୍ୟୁରୋ):  ଖୋଲୁଛି ଇରାନୀ ଗ୍ୟାଙ୍ଗର ହନିଟ୍ରାପ ଗୁମର । ଲମ୍ବୁଛି ଅଭିଯୋଗର ତାଲିକା । ମାୟାଜାଲରେ ଫସିଥିଲେ ଡାକ୍ତର, ବଡ଼ବଡ଼ ବ୍ୟବସାୟୀ, ବିଲଡର ଓ ଛାତ୍ର । ସମସ୍ତଙ୍କୁ ଫସାଇବା ତରିକା ଥିଲା ସମାନ । ପ୍ରଥମେ ଫେସବୁକରେ ଫ୍ରେଣ୍ଡସିପ୍ । ତାପରେ ନମ୍ବର ଦିଆନିଆ । ସମ୍ପର୍କ ଘନିଷ୍ଠ ହେବା ପରେ ଆରମ୍ଭ ହେଉଥିଲା ଅସଲ ଖେଳ । ତମାଣ୍ଡୋର ନାରଗୋଦା ଘରକୁ ଡାକି ଇରାନୀ ଗ୍ୟାଙ୍ଗ କରୁଥିଲେ ବ୍ଲାକମେଲ ଓ ଲୁଟପାଟ । ହନିଟ୍ରାପର କାର୍ପଟଦାର ଥିଲା ଇରାନୀ ପାତ୍ରଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି । ଯାଜପୁରରୁ ଭୁବନେଶ୍ୱର ଯାଏ ଲମ୍ବିଛି ଇରାନୀର ହନିଟ୍ରାପ ରାକେଟ । ବ୍ଲାକମେଲିଂ ଓ ହନିଟ୍ରାପର ଖିଅ ଖୋଜିବାକୁ ଅଣ୍ଚା ଭିଡିଛି ତମାଣ୍ଡୋ ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା ରହିଛି ।

ଇରାନୀ ଗ୍ୟାଙ୍ଗ ଧରା ପଡିବା ପରେ ଦୁଇ ଦିନରେ ୫ଟି ମାମଲା ହେଲାଣି । ପ୍ରଥମେ ୟୁନିଟ-୮ରେ ରହୁଥିବା କମ୍ପିଟେଟିଭ ଛାତ୍ର ଅଭିଯୋଗ କରିଥିଲେ । ତାପରେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ବୋଲଗଡ଼ର ଜଣେ ବ୍ୟବସାୟୀ ପ୍ରଶାନ୍ତ ପଟ୍ଟନାୟକ । ସେମାନଙ୍କୁ ବ୍ଲାକମେଲିଂ କରି ଇରାନୀ ଗ୍ୟାଙ୍ଗ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଆଉ କେଉଁମାନେ ହନିଟ୍ରାପର ଶିକାର ହୋଇଛନ୍ତି ଥାନାରେ ଅଭିଯୋଗ କରିବାକୁ ଅପିଲ୍ କରିଛି ପୋଲିସ । ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯିବ ।

ଇରାନୀ ଗ୍ୟାଙ୍ଗ ହନିଟ୍ରାପର ମୁଖା ଖୋଲିଥିଲେ ଜଣେ ଡାକ୍ତର । ଗତ ୧୧ ତାରିଖରେ ଡାକ୍ତରଙ୍କ ଅଭିଯୋଗ ପରେ ଇରାନୀ ପାତ୍ର ଓ ତାଙ୍କ ସ୍ୱାମୀଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା ପୋଲିସ । ଆଗକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କଲେ ଅଧିକ ଗୁମର ଫିଟିବ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.