ସହିଦ ଡିସିପି ହୁମାୟୁଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଲେ ବାପା, ଶେଷ ୧୦ ପାଦ ଥିଲା ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ

କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ DSP ହୁମାୟୁଂ ଭଟ୍ଟ। ସହିଦ ହୋଇଥିବା ନିଜ ଯବାନ ପୁଅକୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ ବାପା ଗୁଲାମ ହସନ ।

କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ DSP ହୁମାୟୁଂ ଭଟ୍ଟ। ସହିଦ ହୋଇଥିବା ନିଜ ଯବାନ ପୁଅକୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ ବାପା ଗୁଲାମ ହସନ । ଜଣେ ବାପା ପାଇଁ ପୁଅକୁ ଶ୍ରଦ୍ଧାଞ୍ଜଳି ଦେବା ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ହୋଇଥାଏ।

ଗୁଲାମ ହସନ ଭଟ୍ଟ ସହିଦ ପୁଅ ହୁମାୟୁଂଙ୍କ ମର ଶରୀର ନିକଟକୁ ଯାଇ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ମଧ୍ୟ ଭାବପ୍ରବଣ ହୋଇଯାଇଛନ୍ତି।

ଗୁଲାମ ହସନ ଭଟ୍ଟ ଜମ୍ମୁ-କାଶ୍ମୀର ପୋଲିସ ଫୋର୍ସର ପୂର୍ବତନ ପ୍ରମୁଖ ଥିଲେ। ବୁଧବାର ସନ୍ଧ୍ୟାରେ ସହିଦ ହୁମାୟୁଂଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। ଏହି ସମୟରେ ହସନଙ୍କର ଶେଷ ୧୦ ପାଦ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ଥିଲା।

ଜମ୍ମୁ-କାଶ୍ମୀର ପୋଲିସ DSP ହୁମାୟୁଂ ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ସହିଦ ହୋଇଥିଲେ। ସେ ସହିଦ ହୋଇଥିବା ତିନି ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ। ଚଣ୍ଡିଗଡ଼ର କର୍ଣ୍ଣେଲ ମନପ୍ରୀତ ସିଂ ଓ ହରିୟାଣାର ମେଜର ଆଶିଷ ମଧ୍ୟ ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଗୁଳି ବିନିମୟରେ ହୁମାୟୁଂ ଗୁରୁତର ଆହତ ହୋଇଥିଲେ। ପ୍ରବଳ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.