Below header

ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କୀ କ୍ୟାମ୍ପକୁ ଏଲଓସି ନିକଟକୁ ପଠାଇଲା ପାକିସ୍ତାନ, ଆଇଏସଆଇ କରୁଛି ଅପରେଟ

ପାକିସ୍ତାନ ଭାରତକୁ ଅନୁପ୍ରବେଶ ବଢ଼ାଇବା ପାଇଁ ଏବେ ପୁଣି ଏକ ନୁଆ ତରିକା ଆପଣାଇଛି । ଭାରତ ସୀମା ଏଲଏସି ନିକଟକୁ ଆତଙ୍କୀ କ୍ୟାମ୍ପ୍‌ ଓ ଲଞ୍ଚ ପ୍ୟାଡକୁ ସ୍ଥାନାନ୍ତରଣ କରିଛି ପାକିସ୍ତାନ ।

ଶ୍ରୀନଗର : ପାକିସ୍ତାନ ଭାରତକୁ ଅନୁପ୍ରବେଶ ବଢ଼ାଇବା ପାଇଁ ଏବେ ପୁଣି ଏକ ନୁଆ ତରିକା ଆପଣାଇଛି । ଭାରତ ସୀମା ଏଲଏସି ନିକଟକୁ ଆତଙ୍କୀ କ୍ୟାମ୍ପ୍‌ ଓ ଲଞ୍ଚ ପ୍ୟାଡକୁ ସ୍ଥାନାନ୍ତରଣ କରିଛି ପାକିସ୍ତାନ । ଏହି କ୍ୟାମ୍ପଗୁଡିକୁ ଲସ୍କର-ଇ- ତୋଇବା, ଜୈଶ-ଏ-ଅହମ୍ମଦ ଓ ହିଜବୁଲ ମୁଜ୍ଜାହିଦ୍ଦିନର ଲୋକମାନେ ଅପରେଟ କରୁଛନ୍ତି । ଏଥିରେ ଏହି ସବୁ ଗ୍ରୁପର ଆତଙ୍କୀମାନେ କ୍ୟାମ୍ପରେ ଭରପୁର ରହିଛନ୍ତି ।

ଅନୁପ୍ରବେଶ ବେଳେ ଭାରତର ସୁରକ୍ଷାକର୍ମୀଙ୍କ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଏମାନେ ଅନେକ ପ୍ରବେଶ ପଥ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ସବୁ ଲଞ୍ଚ ପ୍ୟାଡରେ ପ୍ରଶିକ୍ଷିତ ଆତଙ୍କବାଦୀମାନେ ରହିଛନ୍ତି । ଏମାନଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା (ଆଇଏସଆଇ) ଦ୍ୱାରା ପରିଚାଳନା କରାଯାଉଥିବା ଜଣାପଡିଛି ।

ଜମ୍ମୁ-କଶ୍ମୀରରେ ଆତଙ୍କ କାର୍ଯ୍ୟକଳାପ ବଢ଼ାଇବା ପାଇଁ ପାକିସ୍ତାନ ଏହି ଆତଙ୍କବାଦୀଙ୍କ ସହାୟତା ନେଇଛି । ପୂର୍ବରୁ ପାକିସ୍ତାନ ଡ୍ରୋନ ମାଧ୍ୟମରେ ଜମ୍ମୁ-କଶ୍ମୀର ଓ ଏହାର ସୀମା ଅଂଚଳରେ ଡ୍ରୋନ ସାହାଯ୍ୟରେ ୩୦୦ ରୁ ଅଧିକ ଛୋଟ ଅସ୍ତ୍ରଶସ୍ତ୍ର ପହଞ୍ଚାଇ ଦେଇଛି ।

ଏପଟେ ଆଫଗାନୀସ୍ତାନରେ ତାଲିବାନମାନଙ୍କ ଆକ୍ରମଣ ଯୋଗୁ ଆତଙ୍କବାଦୀମାନେ ପାକିସ୍ତାନ ଫେରିବାକୁ ବାଧ୍ୟ ହେଉଛନ୍ତି । ଯାହାଫଳରେ ପାକିସ୍ତାନ ଏମାନଙ୍କୁ ଏବେ ଭାରତ ସୀମାକୁ ପଠାଇ ଦେଉଛି । ପାକିସ୍ତାନ ସେନାଙ୍କ ତରଫରୁ ମଧ୍ୟ ଆତଙ୍କବାଦୀଙ୍କୁ ସହାୟତା କରାଯାଉଛି । ଏଲଓସି ର ୨/୩ କି.ମି ଦୂରରେ ଏପରି ବହୁ ଆତଙ୍କବାଦୀ କ୍ୟାମ୍ପ ରହିଥିବା ଭାରତୀୟ ଗୁଇନ୍ଦା ସଂସ୍ଥା କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.