ଭାରତରେ ‘X’ ୧୨ ଲକ୍ଷରୁ ଅଧିକ ଆକାଉଣ୍ଟ୍‌ କଲା ବ୍ୟାନ୍‌, ଏହି କାରଣରୁ ନେଲା କାର୍ଯ୍ୟାନୁଷ୍ଠାନ

ସୋସିଆଲ ମିଡିଆ କମ୍ପାନୀ X (ଟ୍ଵିଟର) ଗତ ଜୁଲାଇ ୨୬ରୁ ଅଗଷ୍ଟ ୨୫ ମଧ୍ୟରେ ଭାରତରେ ୧୨ ଲକ୍ଷରୁ ଅଧିକ ଆକାଉଣ୍ଟ୍‌କୁ ବ୍ୟାନ୍‌ କରିଛି। ୟୁଜରମାନେ ନିୟମ ଉଲ୍ଲଂଘନ କରିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୋସିଆଲ ମିଡିଆ କମ୍ପାନୀ X (ଟ୍ଵିଟର) ଗତ ଜୁଲାଇ ୨୬ରୁ ଅଗଷ୍ଟ ୨୫ ମଧ୍ୟରେ ଭାରତରେ ୧୨ ଲକ୍ଷରୁ ଅଧିକ ଆକାଉଣ୍ଟ୍‌କୁ ବ୍ୟାନ୍‌ କରିଛି। ୟୁଜରମାନେ ନିୟମ ଉଲ୍ଲଂଘନ କରିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Xକୁ ଅଭିଯୋଗ ପତ୍ର ମାଧ୍ୟମରେ ୧,୪୬୭ଟି ଅଭିଯୋଗ ମିଳିଥିଲା। ସେଥି ମଧ୍ୟରୁ ୭୮ଟି ଅଭିଯୋଗ ଉପରେ X କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତରୁ ୧,୨୬୭ଟି ଦୁର୍ବ୍ୟବହାର, ୬୨ଟି ଘୃଣା ଆଚରଣ, ୪୩ଟି ଶିଶୁ ଯୌନ ଶୋଷଣ ଏବଂ ୨୭ଟି ଗୋପନିୟତା ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ପ୍ରାପ୍ତ ହୋଇଥିଲା।

X ବୁଧବାର କର୍ଣ୍ଣାଟକ ହାଇକୋର୍ଟଙ୍କୁ ସୂଚିତ କରିଛି ଯେ କମ୍ପାନୀ ଅଗଷ୍ଟ ୧୦ରେ ଖଣ୍ଡପୀଠଙ୍କ ଆଦେଶ ପରେ ୨୫ ଲକ୍ଷ ଟଙ୍କା ଜମା କରିଛି। କମ୍ପାନୀ ଅଗଷ୍ଟ ୧୪ ସୁଦ୍ଧା ୫୦ ଲକ୍ଷ ଟଙ୍କା ଜମା କରିବାର ଏକକ ବିଚାରପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇଥିଲା। ଖଣ୍ଡପୀଠ ଅଗଷ୍ଟ ୧୦ରେ Xକୁ ୨୫ ଲକ୍ଷ ଟଙ୍କା ଜରିମାନା ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କହି ରଖୁଛୁ, ଏଲନ୍ ମସ୍କ ଟ୍ଵିଟର କିଣିବା ପରେ ଏଥିରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ଯେପରି ସେ ଟ୍ଵିଟରର ନାମ ବଦଳାଇ X କରିଛନ୍ତି। ଏହା ସହିତ ସେ X ବ୍ୟବହାରକାରୀଙ୍କ ପାଇଁ ସବ୍ସକ୍ରିପ୍ସନ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.