ବିଜୁଳି ମାରିଲେ ଉତ୍ପନ୍ନ ହୁଏ ୧୦ କୋଟି ଭୋଲ୍ଟ , ଯାହା ସଂସ୍ପର୍ଶରେ ଆସି ହୋଇଥାଏ ମଣିଷର ମୃତ୍ୟୁ , ଜାଣନ୍ତୁ କିପରି

ବର୍ଷା ଦିନରେ ସବୁଠୁ ଭୟ ବିଜୁଳି ଘଡ଼ଘଡ଼ିକୁ ରହିଥାଏ। ଏହା ଅନ୍ୟ ଋତୁରେ ବି ହୁଏ। କିନ୍ତୁ ବର୍ଷା ଦିନରେ ଏହା ଅଧିକ ମାତ୍ରାରେ ହୋଇଥାଏ। ଆପଣ ଅନେକ ସମୟରେ ବିଜୁଳି ଘଡ଼ଘଡ଼ି କାରଣରୁ ଅନେକ ଲୋକ ମରୁଥିବାର ଖବର ଶୁଣୁଥିବେ। କିନ୍ତୁ କଣ ଆପଣ ଜାଣନ୍ତି ଏପରି କାହିଁକି ହୋଇଥାଏ। ପ୍ରତିବର୍ଷ ବିଜୁଳି ଘଡ଼ଘଡ଼ି ପଡ଼ିବା କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏଇ ଗତ କିଛି ଦିନ ହେବ ଆପଣ ଏହାକୁ ନେଇ ଅନେକ ଖବର ଶୁଣିଥିବେ।

ବର୍ଷା ଦିନରେ ସବୁଠୁ ଭୟ ବିଜୁଳି ଘଡ଼ଘଡ଼ିକୁ ରହିଥାଏ। ଏହା ଅନ୍ୟ ଋତୁରେ ବି ହୁଏ। କିନ୍ତୁ ବର୍ଷା ଦିନରେ ଏହା ଅଧିକ ମାତ୍ରାରେ ହୋଇଥାଏ। ଆପଣ ଅନେକ ସମୟରେ ବିଜୁଳି ଘଡ଼ଘଡ଼ି କାରଣରୁ ଅନେକ ଲୋକ ମରୁଥିବାର ଖବର ଶୁଣୁଥିବେ। କିନ୍ତୁ କଣ ଆପଣ ଜାଣନ୍ତି ଏପରି କାହିଁକି ହୋଇଥାଏ। ପ୍ରତିବର୍ଷ ବିଜୁଳି ଘଡ଼ଘଡ଼ି ପଡ଼ିବା କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏଇ ଗତ କିଛି ଦିନ ହେବ ଆପଣ ଏହାକୁ ନେଇ ଅନେକ ଖବର ଶୁଣିଥିବେ।

ଗତ ଦୁଇ ସପ୍ତାହ ତଳେ ଘଣ୍ଟାଏ ଭିତରେ ଏତେ ଘଡ଼ଘଡ଼ି ମାରିଲା ଯେଉଁଥିରେ ଅନେକ ଲୋକ ମରିବା ସହ ଗଛ ଓ ଘରଦ୍ୱାର ଜଳିପୋଡ଼ି ଯାଇଥିଲା। ସାରା ଭାରତରେ ଏବେ ବର୍ଷା ଋତୁ ଚାଲିଛି। ଏମିତିରେ ଭୟ ରହିଛି ବିଜୁଳି ଘଡ଼ଘଡ଼ିକୁ। ତେବେ ଏହା ଖାଲି ଜାଗାରେ ପଡ଼ିବ ବୋଲି କିଛି ମାନେ ନଥାଏ। ଆଉ ସବୁଠୁ ବଡ଼ କଥା ଏହି ବିଜୁଳି ଘଡ଼ଘଡ଼ି କେଉଁ ସ୍ଥାନରେ କେତବେଳେ ପଡ଼ିବ ତାହା ିସମ୍ପର୍କରେ ମଧ୍ୟ ଜଣାନଥାଏ। ଂଯାହାର ଭାଗ୍ୟ ଖରାପ ଥାଏ ସେ ଏହି ଦଶା ଭୋଗିଥାଏ । ଏହା ବହୁତ ଶକ୍ତିଶାଳୀ ହୋଇଥାଏ। ଯାହା ଉପରେ ପଡ଼େ ସେ ମରିବା ସୁନିଶ୍ଚୀିତ। କିନ୍ତୁ ଟିକେ ସାବଧାନ ରହିଲେ ଅନେକ ଲୋକ ଏଥିରେ ରକ୍ଷା ପାଇପାରିବେ।

କାହିଁକି ହୁଏ:
ଗରମରେ ପାାଣି ଯେତେବେଳେ ବାମ୍ଫ ହୋଇ ଉପରକୁ ଉଠିଥାଏ। ତାହା ଧିରେ ଧିରେ ଉପର ତାପମାତ୍ରା ସଂସ୍ପର୍ଶରେ ଆସିଥାଏ। ୧୬୬୫ ମିଟର ଉଚ୍ଚତା ବ୍ୟବଧାନରେ ତାପମାତ୍ରା ୧ ଡିଗ୍ରୀ ସେଲସିୟସ କମିଯାଏ ।ଯେତେ ଏହି ପାଣି ଉପରକୁ ଉଠେ ତାହା ଜମିବାକୁ ଆରମ୍ଭ କରେ। ପରେ ବରଫ ବନିଯାଏ। ଏହାପରେ ପରସ୍ପର ସହିତ ଏମାନେ ଘଷି ହୋଇଥାନ୍ତି। ଏହି ଘର୍ଷଣରେ ଷ୍ଟ୍ରୋଟିକ କରେଣ୍ଟ ଉତ୍ପନ୍ନ ହୋଇଥାଏ।

କରେଣ୍ଟର ପଜେଟିଭ ଚାର୍ଜ ଉପରକୁ ଚାଲିଯାଏ ଓ ନେଗେଟିଭ ଚାର୍ଜ ତଳକୁ ଆସିଯାଏ। ଏହି ନେଗେଟିଭ ଚାର୍ଜ ପଜେଟିଭ ଚାର୍ଜକୁ ଖୋଜିବା ଆରମ୍ଭ କରେ। ଆଉ ଯେମିତି ଏହା ଭୂମିରେ ପଜେଟିଭ ଚାର୍ଜ ପାଇଯାଏ ସେତେବେଳେ ସେ ତାହା ସଂସ୍ପର୍ଶରେ ଆସି କନେକ୍ଟ ହୋଇଯାଏ। ଯାହା କାରଣରୁ ବଜ୍ରପାତ ହୋଇଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିିଜୁଳି ଭୋଲଟେଜ ୧୦ କୋଟି ଭୋଲ୍ଟ ର ହୋଇଥାଏ। ଯାହା କାରଣରୁ ମଣିଷ କଣ ଘର ଦ୍ୱାର ସବୁ ଜଳିଯାଏ।

କେମିତି ବଞ୍ଚିବେ:
-ବଜ୍ରପାତ ସମୟରେ ପକ୍କା ଛାତ ଘରେ ରୁହନ୍ତୁ।
-ଝରକା କାଚ. ଟିଣ, ଓଦା କପଡ଼ା ଓ ଲୁହା ଜିନିଷରୁ ଦୂରେଇ ରୁହନ୍ତୁ।
-ବଜ୍ରପାତ ସମୟରେ ପାଣିରେ ଥିଲେ ତୁରନ୍ତୁ ବାହାରି ଆସନ୍ତୁ।
-ଯାତ୍ରା ସମୟରେ ଗାଡ଼ି ମିରର ଘୋଡ଼ାଇ ରଖନ୍ତୁ।
କଣ ନକରିବେ:
-ବଜ୍ରପାତ ସମୟରେ ଗଛ ତଳେ ରୁହନ୍ତୁ ନାହିଁ
-ଟେଲିଫୋନ ବ୍ୟବହାର କରନ୍ତୁ ନାହିଁ
-କବାଟ ପାଖରେ ନଛିଡ଼ା ହୁଅନ୍ତୁ।
-ଗାଧୋଇବା ବନ୍ଦ କରନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.