ପୃଥ୍ଵୀ ଶ’ ପାଇଁ ବଢିଲା ମୁସ୍କିଲ, ଲିଗାମେଣ୍ଟରେ ଆଘାତ ଯୋଗୁଁ ୪ ମାସ କ୍ରିକେଟରୁ ଦୂରେଇ ରହିବେ

ଲିଗାମେଣ୍ଟ ଆଘାତ ଲାଗିବା ଯୋଗୁଁ ୪ ମାସ କ୍ରିକେଟରୁ ଦୂରେଇ ରହିବେ ପୃଥ୍ଵୀ ଶ’ । ବିସିସିଆଇ ଏହି ସୂଚନା ଦେଇଛି । ନର୍ଥମ୍ପଟାୟଶାୟର୍ ଖେଳିବା ସମୟରେ ଆଣ୍ଠୁରେ ଆଘାତ ଲାଗିଥିଲା ।

ଭାରତୀୟ କ୍ରିକେଟ ଟିମର ଖେଳାଳି ପୃଥ୍ୱୀ ଶ’ ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ରହିଛନ୍ତି । କିନ୍ତୁ ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ପୃଥ୍ଵୀ ଇଂଲଣ୍ଡର ଘରୋଇ କ୍ରିକେଟରେ ଭଲ ଖେଳିଥିଲେ। ସେ ନର୍ଥମ୍ପଟାୟଶାୟର୍ ପାଇଁ କ୍ରିକେଟ ଖେଳିଥିଲେ। ଏହି ସମୟରେ ସେ ଆହତ ହୋଇଥିଲେ । ଆଉ ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ଦୀର୍ଘଦିନରୁ କ୍ରିକେଟ ଠାରୁ ଦୂରେଇ ରହିଥିଲେ । ଆଉ ଏବେ ଏଥିପାଇଁ ଆହୁରି ୪ ମାସ କ୍ରିକେଟ ଠାରୁ ଦୂରେଇ ରହିବାକୁ ପଡିପାରେ ।

ଖବର ଅନୁଯାୟୀ, ପୃଥ୍ଵୀ ଶ’ ଆଗାମୀ ୩ରୁ ୪ ମାସ ପର୍ଯ୍ୟନ୍ତ କ୍ରିକେଟ ଠାରୁ ଦୂରେଇ ରହିପାରନ୍ତି । ନର୍ଥମ୍ପଟାୟଶାୟର୍ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଏହି ସମୟରେ ଦ୍ୱିଶତକ ମାରିଥିଲେ ।

ଏବେ ବିସିସିଆଇ ପୃଥ୍ଵୀ ଶ’ଙ୍କ ଆଘାତକୁ ନେଇ ସ୍ପଷ୍ଟୋକ୍ତି ଜଣାଇଛି । ୩ରୁ ୪ ମାସ ପାଇଁ କ୍ରିକେଟ ଠାରୁ ସେ ଦୂରେଇ ରହିବେ । ଆଘାତ ଲାଗିବା ଯୋଗୁଁ ଏମଆରଆଇ କରାଯାଇଥିଲା । ଏଥିରେ ତାଙ୍କ ଲିଗାମେଣ୍ଟରେ ଆଘାତ ଲାଗିବା ଜାଣିବାକୁ ମିଳିଛି । ତେବେ କେବେ ସର୍ଜରୀ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଇଂଲଣ୍ଡର ଘରୋଇ କ୍ରିକେଟରେ ନର୍ଥମ୍ପଟାୟଶାୟର ନର୍ଥମ୍ପଟାୟଶାୟର ପାଇଁ ଏକ ମ୍ୟାଚରେ ପୃଥ୍ୱୀ ଅପରାଜିତ ୧୨୫ ରନ ସ୍କୋର କରିଥିଲେ। ଏହାପୂର୍ବରୁ ସେ ୨୪୪ ରନର ଚମତ୍କାର ଇନିଂସ ଖେଳିଥିଲେ। ପୃଥ୍ୱୀ ୨୦୨୧ ରୁ ଭାରତୀୟ କ୍ରିକେଟ୍ ଦଳଠାରୁ ଦୂରରେ ଅଛନ୍ତି, ତେବେ ସେ ଜୁଲାଇ ୨୦୨୧ ରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ।

ଭାରତ ପାଇଁ ୫ ଟି ଟେଷ୍ଟ ମ୍ୟାଚରେ ପୃଥ୍ୱୀ ୩୩୯ ରନ୍ କରିଛନ୍ତି। ସେ ୬ ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଏହା ସହିତ ଗୋଟିଏ ଟି -୨୦ ମ୍ୟାଚ୍ ଖେଳିଛନ୍ତି। ସେ ପ୍ରଥମ ଶ୍ରେଣୀ ମ୍ୟାଚର ୭୮ ଇନିଂସରେ ୩୮୦୨ ରନ୍ ସଂଗ୍ରହ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.