ମୂଳ ଭାରତୀୟ ର୍ଥମନ ସନମୁଗରତ୍ନମ ହେଲେ ସିଙ୍ଗାପୁରର ନୂଆ ରାଷ୍ଟ୍ରପତି

ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ଭାବେ ଆଜି ମୂଳ ଭାରତୀୟ ଥର୍ମନ ସନମୁଗରତ୍ନମ ଶପଥ ଗ୍ରହଣ କରିଛନ୍ତି । ସେ ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଛନ୍ତି।

ନୂଆଦିଲ୍ଲୀ:  ବିଶ୍ୱ ରାଜନୀତିରେ ପୁଣି ଜଣେ ମୂଳ ଭାରତୀୟଙ୍କ ନାମ ଯୋଡି ହୋଇ ଯାଇଛି । ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ଭାବେ ଆଜି ମୂଳ ଭାରତୀୟ ଥର୍ମନ ସନମୁଗରତ୍ନମ ଶପଥ ଗ୍ରହଣ କରିଛନ୍ତି । ସେ ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୩ରେ ଶେଷ ହେବା ପରେ ଥର୍ମନ ସନମୁଗରତ୍ନମ ଗୁରୁବାର ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ।

ଏହାପୂର୍ବରୁ ଥର୍ମନ ସନମୁଗରତ୍ନମ ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲେ । ସେ ଚୀନ୍ର କୋକ ସାଙ୍ଗ ଏବଂ ଟାନ୍ କିନ୍ ଲିଆନଙ୍କୁ ଏକ ବଡ଼ ବ୍ୟବଧାନରେ ହରାଇଥିଲେ। କୋକଙ୍କୁ ୧୫.୨ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଟାନ୍ ୧୩.୮୮ ପ୍ରତିଶତ ଭୋଟ୍ ପାଇଥିଲେ । ସନମୁଗରତ୍ନମ ୭୦.୪ ପ୍ରତିଶତ ଭୋଟ ପାଇଥିଲେ ।

ପ୍ରକାଶଯୋଗ୍ୟ, ସେପ୍ଟେମ୍ବର ୧ରେ ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଲ୍ଲେଖ ଥାଉ କି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ, ଆମେରିକାର ସାଂସଦ ରାଜ କୃଷ୍ଣମୂର୍ତ୍ତି, ରୋ ଖାନ୍ନା, ପ୍ରମିଲା ଜୟପାଲ, ଶ୍ରୀ ଥାନେଦାରଙ୍କ ଭଳି ଅନେକଙ୍କ ନାମ ରହିଛି। ବର୍ତ୍ତମାନ ଏହି ତାଲିକାରେ ଥର୍ମନଙ୍କ ନାମ ମଧ୍ୟ ଯୋଡା ହୋଇଯାଇଛି ।  ଥର୍ମନଙ୍କ ଜେଜେବାପା ଉନବିଂଶ ଶତାବ୍ଦୀରେ ତାମିଲନାଡୁରୁ ସିଙ୍ଗାପୁର ଚାଲିଯାଇଥିଲେ ଓ ସେଠାରେ ରହିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.