ଛାଡ଼ି ଗଲା ରିଲ୍ସ ନିଶା, ବାଇକ ଆରୋହୀଙ୍କୁ ୩୫୦୦ ଟଙ୍କାର ଚାଲାଣ ପଠାଇଲା ବାଲେଶ୍ଵର ଟ୍ରାଫିକ ପୋଲିସ

ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକ ବାଇକ୍ କୁ ପଛରୁ ଧରି ସ୍କେଟିଂ କରୁଥିଲେ । ଆଉ ଏହାକୁ ଭିଡିଓ କରୁଥିଲେ ବାଇକ ପଛରେ ବସିଥିବା ଯୁବକ । ସ୍କେଟିଂ ଦୃଶ୍ୟ କୁ ବିଭିନ୍ନ ଆଙ୍ଗଲରେ ଉତ୍ତୋଳନ କରୁଥିଲେ ସେହି ବାଇକ୍ ପଛରେ ବସିଥିବା ଯୁବକ ।

ବାଲେଶ୍ବର(କେନ୍ୟୁଜ୍):  ମହଙ୍ଗା ପଡିଲା ଜନଗହଳିପୂର୍ଣ୍ଣ ସ୍ଥାନରେ ରିଲ୍ସ କରିବା। ବାଇକ ଆରୋହୀଙ୍କୁ ୩ ହଜାର ୫୦୦ ଟଙ୍କାର ଚାଲାଣ ପଠାଇଲା ବାଲେଶ୍ଵର ଟ୍ରାଫିକ ପୋଲିସ । ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକ ବାଇକ୍ କୁ ପଛରୁ ଧରି ସ୍କେଟିଂ କରୁଥିଲେ । ଆଉ ଏହାକୁ ଭିଡିଓ କରୁଥିଲେ ବାଇକ ପଛରେ ବସିଥିବା ଯୁବକ ।

ସ୍କେଟିଂ ଦୃଶ୍ୟ କୁ ବିଭିନ୍ନ ଆଙ୍ଗଲରେ ଉତ୍ତୋଳନ କରୁଥିଲେ ସେହି ବାଇକ୍ ପଛରେ ବସିଥିବା ଯୁବକ । ଖାଲି ସେତିକି ନୁହଁ ରାସ୍ତାରେ ଯାଉଥିବା ଯାତ୍ରୀ ମାନେ ମଧ୍ୟ ଏହି ଦୃଶ୍ୟ କୁ ଉତ୍ତୋଳନ କରୁଥିଲେ । ଏ ଦୃଶ୍ୟ ବାଲେଶ୍ଵର ବସଷ୍ଟାଣ୍ଡରୁ ରେମୁଣା ଯିବା ଜନଗହଳି ପୁର୍ଣ୍ଣ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବାଇକ ଚାଳକଙ୍କ ଚାଲାଣ କାଟିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.