ଏଲିଅନ ଉପସ୍ଥିତି ନେଇ ଆସିଲା ନାସା ରିପୋର୍ଟ: ପୃଥିବୀ ବାହାରେ ଥାଇପାରେ ଜୀବଜଗତ

ୟୁଏଫଓ ଅନ୍ୟ କୌଣସି ଗ୍ରହର ଯାନ ବୋଲି କୌଣସି ପ୍ରମାଣ ପାଇଲାନି ନାସା। ୟୁଏଫଓ କଣ ତାହା ସ୍ପଷ୍ଟ ହେଲାନି। ରିପୋର୍ଟ ପ୍ରକାଶ କରି କହିଛନ୍ତି ନାସା ପ୍ରଶାସକ ବିଲ ନେଲସନ। ତେବେ ପୃଥିବୀ ଛଡ଼ା ବ୍ରହ୍ମାଣ୍ଡରେ ଅନ୍ୟ କୌଣସି ଗ୍ରହରେ ଜୀବଜଗତ ଥାଇପାରେ।

କେନ୍ୟୁଜ୍(ବ୍ୟୁରୋ): ପୃଥିବୀର ସବୁଠୁ ବଡ଼ ରହସ୍ୟ ହେଉଛି ୟୁଏଫଓ ବା ଅନଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ। ୟୁଏଫଓକୁ ନେଇ ପ୍ରକାଶ ପାଇଥିବା ନାସାର ରିପୋର୍ଟରେ ଏହା କୁହାଯାଇଛି। ୟୁଏଫଓ ଅନ୍ୟ କୌଣସି ଗ୍ରହର ଯାନ ବୋଲି କୌଣସି ପ୍ରମାଣ ପାଇଲାନି ନାସା। ୟୁଏଫଓ କଣ ତାହା ସ୍ପଷ୍ଟ ହେଲାନି। ରିପୋର୍ଟ ପ୍ରକାଶ କରି କହିଛନ୍ତି ନାସା ପ୍ରଶାସକ ବିଲ ନେଲସନ। ତେବେ ପୃଥିବୀ ଛଡ଼ା ବ୍ରହ୍ମାଣ୍ଡରେ ଅନ୍ୟ କୌଣସି ଗ୍ରହରେ ଜୀବଜଗତ ଥାଇପାରେ।

ଏହାର ସନ୍ଧାନ ଜାରି ରଖିଛି ନାସା। ନାସା ଏଥିରେ ସଫଳ ହେବ ବୋଲି କହିଛନ୍ତି ବିଲ ନେଲସନ। ୟୁଏଫଓ କଣ ? ପୃଥିବୀ ବାହାରୁ ପୃଥିବୀକୁ କିଛି ଯାନ ଆସୁଛି କି ? ଏଲିଅନ ବାସ୍ତବରେ ଅଛନ୍ତି କି ? ଏହା ଉପରେ ଗବେଷଣା କରୁଥିଲା ନାସା। ବୈଜ୍ଞାନିକ, ବୈମାନିକ ଏବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ୍ସପର୍ଟ ମାନଙ୍କର ଏକ ୧୬ ଜଣିଆ ଗ୍ରୁପ ଏହା ଉପରେ ଗବେଷଣା କରୁଥିଲେ ।

 

Leave A Reply

Your email address will not be published.