ଆମେରିକାକୁ ପୁଟିନଙ୍କ ଚେତାବନୀ : ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇଲେ ପରିଣତି ଭୟଙ୍କର ହେବ
ନୂଆଦିଲ୍ଲୀ : ଆମେରିକାକୁ ପୁଟିନଙ୍କ ତାଗିଦ । ୟୁକ୍ରେନକୁ ଦୂରଗାମୀ ମିସାଇଲ ଦିଅନି । ଯଦି ଯୋଗାଅ, ତାହେଲେ ନୂଆ ନୂଆ ଅଞ୍ଚଳକୁ ଟାର୍ଗେଟ କରାଯିବ । ଯୁଦ୍ଧ ଆରମ୍ଭରୁ ଯେଉଁସବୁ ସ୍ଥାନ ସୁରକ୍ଷିତ ଅଛି, ସେଗୁଡିକୁ ଖୋଜିଖୋଜି ଆକ୍ରମଣ ହେବ । ଏଭଳି ଚେତାବନୀ ଦେଇଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ । ୟୁକ୍ରେନ୍କୁ ଦୂରଗାମୀ କ୍ଷେପଣାସ୍ତ୍ର ଦେଲେ ପରିଣାମ ଭୟଙ୍କର ହେବ। ନୂଆ ଟାର୍ଗେଟ୍କୁ ଷ୍ଟ୍ରାଇକ୍ କରିବ ମସ୍କୋ।
ଏଥିପାଇଁ କଠୋର ନିଷ୍ପତ୍ତି ନିଆଯିବ ବୋଲି ଏକ ଟିଭି କାର୍ଯ୍ୟକ୍ରମରେ ଚେତାବନୀ ଦେଇଛନ୍ତି ପୁଟିନ୍ । ୟୁକ୍ରେନ୍କୁ ଆମେରିକା ଓ ବ୍ରିଟେନ୍ ଦୂରଗାମୀ କ୍ଷେପଣାସ୍ତ୍ର ଦେବାକୁ ଘୋଷଣା କରିବା ପରେ ଧମକ ଦେଇଛନ୍ତି ପୁଟିନ୍ । ୟୁକ୍ରେନ୍କୁ ହାଇମୋବିଲିଟି ଆର୍ଟିଲାରୀ ରକେଟ୍ ସିଷ୍ଟମ HIMARS ଯୋଗାଇବ ଆମେରିକା । ବ୍ରିଟେନ୍ ମଧ୍ୟ ଲଙ୍ଗ୍ରେଞ୍ଜ୍ ରକେଟ୍ ସିଷ୍ଟମ୍ M270 ଲଞ୍ଚର ଯୋଗାଇବ। ଏସବୁ ରୁଷ୍ ସୀମା ଭିତରକୁ ଟାର୍ଗେଟ୍ କରିପାରିବ।