Below header

ପ୍ରଥମେ ସୋସିଆଲ ମିଡ଼ିଆରେ ହେଲା ବନ୍ଧୁତା, ପରେ ହୋଟେଲ ରୁମରେ ନିଶା ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ

ଉତ୍ତର ପ୍ରଦେଶର ଆଗ୍ରା ସହରରେ ଜଣେ ଯୁବତୀଙ୍କୁ ବେହୋସ କରାଯାଇ ତାଙ୍କ ସହ ବଳାତ୍କାର କରାଯାଇଥିବା ପରି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା ପରେ ପ୍ରେମ ଓ ପରେ ହୋଟେଲ ରୁମରେ ନିଶା ଦେଇ ଏପରି ଏକ ଅପରାଧ ଘଟାଇଛନ୍ତି ଦୋଷୀ । ଯୁବକଙ୍କ ଉପରେ ଆରୋପ ଲାଗିଛି କି ଯୁବକ ଜଣକ ଯୁବତୀଙ୍କୁ ନିଶା ଦେଇ ତାଙ୍କ ସହ ବଳାତ୍କାର କରିଛନ୍ତି । ଯୁବତୀଙ୍କ ଡାକ୍ତରୀ ମାଇନାରୁ ତାଙ୍କ ସହ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଛି । ପ୍ରକୃତରେ ଘଟଣା ଟି ଘଟିଛି ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଯଗଞ୍ଜ ଅଂଚଳରେ ଢ ଯାଞ୍ଚରୁ ପୋଲିସ କୁ ଜଣାପଡିଛି ଯେ ଏଦୁହେଁ ହେଉଛନ୍ତି ଆଗ୍ରା ଅଂଚଳର ।

socia media

ଗଣମାଧ୍ୟମକୁ ତଥ୍ୟ ଦେବା ସମୟରେ ପୋଲିସ ଇନ୍ସପେକ୍ଟର କହିଛନ୍ତି କି ପ୍ରାୟ ଏକ ମାସ ପୂର୍ବରୁ ହିଁ ଦୁହିଁଙ୍କ ଭିତରେ ସୋସିଆଲ ମିଡ଼ିଆ ଜରିଆରେ ବନ୍ଧୁତା ଗଢି ଉଠିଥିଲା । ଏହା ପରେ ଦୁହେଁ ଲଗାତାର ଦୀର୍ଘ ସମୟ ଧରି କଥା ମଧ୍ୟ ହୋଇଥିଲେ । ଧୀରେ ଧୀରେ ବନ୍ଧୁତା ନିବିଡ ହେବା ସହ ପ୍ରେମର ରୂପ ନେଇଥିଲା । ଏମିତିକି ଏହାପରେ ପରସ୍ପର ପରସ୍ପର ସହ ଦେଖାହେବାର ଏକ ଯୋଜନା କରିଥିଲେ । ଯୋଜନା ମୁତାବକ ଯୁବକ ଜଣକ ଯୁବତୀଙ୍କ ସହ ଏକ ନିର୍ଦ୍ଦିଷ୍ଟ ହୋଟେଲ ଯାଇ ପହଂଚିଥିଲେ । ପରେ ଜୋର ଜବରଦସ୍ତ ନିଶା ଦେଇ ତାଙ୍କ ସହ ବଳାତ୍କାର କରାଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଏକ ବିବାହ ଉତ୍ସବରେ ଯୋଗ ଦେଉଥିବା ସମୟରେ ଯୁବକ ଜଣଙ୍କୁ ଅଲିଗଡରୁ ଗିରଫ କରାଯାଇଥିଲା ।

social media

ଏହା ସହ ହୋଟେଲ କର୍ମଚାରୀ ମାନଙ୍କୁ ବି ପଚରା ଉଚୁରା ପାଇଁ ଅଟକ ରଖାଯାଇଛି । ପୋଲିସ ମୁତାବକ ଆରୋପି ଯୁବକ ଜଣଙ୍କ ବୟସ ପାଖାପାଖି ୨୩ ବର୍ଷ ହୋଇଥିବା ବେଳେ ଯୁବତୀଙ୍କ ବୟସ ୨୦ ବର୍ଷ ହେବ । ଅଧିକ ଯାଞ୍ଚ ପାଇଁ ପୋଲିସ ତରଫରୁ ହୋଟେଲ ଆଖପାଖ ଅଂଚଳର ସିସିଟିଭି ଫୁଟେଜ ଗୁଡିକୁ ସଂଗ୍ରହ କରିଛି । ଯୁବତୀ ଜଣଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଏକ ସରକାରୀ ମେଡିକାଲ କଲେଜକୁ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.