ବଜେଟ୍‌ ୨୦୨୦: ଖୁବ୍‌ ଶୀଘ୍ର ଆସିବ ନୂଆ ଶିକ୍ଷା ନୀତି, ଆରମ୍ଭ ହେବ ଅନ୍‌ଲାଇନ ଡିଗ୍ରୀ ପ୍ରୋଗ୍ରାମ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଆସିବ ନୂଆ ଶିକ୍ଷା ନୀତି । ଶିକ୍ଷା କ୍ଷେତ୍ର ପାଇଁ ଆସିବ FDI। ଶିକ୍ଷା ବ୍ୟବସ୍ଥା ପାଇଁ ଆହୁରୀ ଅର୍ଥର ଆବଶ୍ୟକତା ରହିଥିବା ନେଇ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍। ଉଚ୍ଚ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ନ୍ୟାସନାଲ ଫରେନ୍‌ସିକ ୟୁନିଭରସିଟି ପାଇଁ ପ୍ରସ୍ତାବ ଦିଆଯାଇଛି। ନ୍ୟାସନାଲ ପୋଲିସ ୟୁନିଭର୍ସିଟି ଘୋଷଣା କରାଯାଇଛି। ଡିପ୍ଳୋମା ପାଇଁ ୧୫୦ଟି ନୂଆ ଶିକ୍ଷା ଅନୁଷ୍ଠାନର ଶୁଭାରମ୍ଭ କରାଯିବ। ଅନ୍‌ଲାଇନ ଡିଗ୍ରୀ କୋର୍ସର ଶୁଭାରମ୍ଭ ହେବ । ଶିକ୍ଷା ବ୍ୟବସ୍ଥା ପାଇଁ ୯୯ ହଜାର ୩୦୦ କୋଟି ବ୍ୟୟବରାଦ କରାଯାଇଛି। ଜିଲ୍ଲା ହସ୍‌ପିଟାଲରେ ମେଡିକାଲ ୟୁନିଭର୍ସିଟି ପାଇଁ ପ୍ରସ୍ତାବ ଦିଆଯାଇଛି। ଦୁର୍ବଳ ଛାତ୍ରଙ୍କ ପାଇଁ ଅନ୍‌ଲାଇନରେ ପାଠପଢା ବ୍ୟବସ୍ଥା କରାଯିବ। ଆରମ୍ଭ ହେବ ଅନ୍‌ଲାଇନ ଡିଗ୍ରୀ ପ୍ରୋଗ୍ରାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.