Below header

ଏ କି ପ୍ରେମ ! ଘର ଲୋକଙ୍କୁ ସାକ୍ଷାତ କରିବା ବାହାନାରେ ପ୍ରେମିକାକୁ ପାହାଡରୁ ଠେଲି ଦେଲା ପ୍ରେମିକ

ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ଘର ଲୋକଙ୍କ ସହିତ ଦେଖା କରିବାକୁ କହି ଯୁବତୀଙ୍କୁ ପାହାଡରୁ ଠେଲି ଦେଇଛି ପ୍ରେମିକ। ଦିଲ୍ଲୀରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଯୁବତୀ ଉତ୍ତରାଖଣ୍ଡର ପୋଡୀ ଜିଲ୍ଲାର ଏକ ଯୁବତୀଙ୍କୁ ପ୍ରେମ କରିବସିଥିଲେ। ଉକ୍ତ ଯୁବକ ତାଙ୍କ ପରିବାର ଲୋକଙ୍କ ସହିତ ଦେଖା କରିବା ବାହାନାରେ ଯୁବତୀଙ୍କୁ ଗାଁକୁ ନେଇ ଯାଇଥିଲେ। ବାଟରେ ଦୁହେଁ ଗଲାବେଳେ ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ପାହାଡରୁ ଠେଲି ଦେଇଛନ୍ତି।

ପୋଲିସ କହିବା ମୁତାବକ, ପ୍ରେମିକ ବିରେନ୍ଦ୍ର ପଟୱାଲ ଏବଂ ଉକ୍ତ ଯୁବତୀ ଦୁହେଁ ଦୁଇବର୍ଷ ହେଲାଣି ପରସ୍ପର ଲିଭ-ଇନ-ରିଲେସନସିପ୍ ରେ ରହୁଥିଲେ। ଉକ୍ତ ଯୁବତୀଙ୍କୁ ପ୍ରେମିକ ଜଣକ ଧୋକା ଦେଇ ପାହାଡରୁ ଠେଲି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଏହି ଘଟଣାରେ ଯୁବତୀ ଜଣଙ୍କ ଗମ୍ଭୀର ଭାବେ ଆହତ ହେବା ସହ ତାଙ୍କ ହାତ ଏବଂ ଅନେକ ଅଙ୍ଗ ଭାଙ୍ଗି ଯାଇଛି। ରିପୋର୍ଟ ଅନୁଯାୟୀ ପ୍ରେମିକ ପଟୱାଲ ଫେରାର ହୋଇଥିବା ବେଳେ ଘଟଣାର ତଦନ୍ତ ଚଳାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.