ମାଛ ଧରିବା ସମୟରେ ମହିଳା ଏବଂ ତାଙ୍କ ପିଲା ଭୟଙ୍କର ସାର୍କର କଲେ ସାମ୍ନା, ଦେଖନ୍ତୁ ଭିଡିଓ

ମାଛ ତ ଆପଣମାନେ ପୂର୍ବରୁ ବହୁତ ଧରିଥିବେ କିନ୍ତୁ ଥରେ ଭାବନ୍ତୁ ଯଦି ମାଛ ଧରିବା ଆଳରେ ଆପଣଙ୍କ ସାମ୍ନାକୁ ଭୟଙ୍କର ସାର୍କ ମାଛ ଆସିଯାଏ ତେବେ କଣ କରିବେ ? ଆଜ୍ଞା ହଁ ଆମେରିକାର ମସାଚୁସେଟସର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଗୋଟିଏ ପରିବାର ବୋଟରେ ବସି ମାଛ ଧରୁଥିଲେ। ଏହି ସମୟରେ ମାଛ ଜାଲରେ ପଡିଗଲା ତେବେ ମହିଳା ଜଣକ ଜାଲକୁ ନିଜ ପାଖକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଏକ ଧଳା ରଙ୍ଗର ସାର୍କ ଆସି ସେହି ମାଛକୁ ଝାମ୍ପିନେଇ ଖାଇଦେଲା। ଏହି ଦ୍ରୁଶ୍ୟ ଦେଖି ମହିଳା ଏବଂ ତାଙ୍କର ପିଲା ଗମ୍ଭୀର ଭାବରେ ଡରିଗଲେ ଏବଂ ସେଠାରୁ ଦୌଡି ଚାଲିଗଲେ।।

ଏହି ଭିଡିଓକୁ ଆଟଲାଣ୍ଟିକ ହ୍ଵାଇଟ୍‌ ସାର୍କ କଜର୍ଭେସୀ ନାମକ ସଂସ୍ଥା ଟ୍ଵିଟରରେ ସେୟାର କରିଛନ୍ତି, ଯେଉଁମାନେ କି ଧଳା ସାର୍କଙ୍କ ଉପରେ ଅନସନ୍ଧାନ କରୁଛନ୍ତି। ଏହି ଭିଡିଓକୁ ଏବେ ପଯ୍ୟର୍ନ୍ତ ୮୯ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ୫୦୦ରୁ ଅଧିକ ଲୋକ ଏହାକୁ ରିଟ୍ଵିଟ୍‌ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.