ନାଲ୍‌କୋ ପ୍ଲାଣ୍ଟରେ ଅଘଟଣ, ସ୍ମେଲଟର କାଷ୍ଟ ହାଉସରେ ଅଗ୍ନିକାଣ୍ଡ ଘଟି ୪ ଜଣ କର୍ମଚାରୀ ଆହତ

ଅନୁଗୁଳ : ନାଲ୍‌କୋ ପ୍ଲାଣ୍ଟରେ ଅଘଟଣ । ସ୍ମେଲଟର କାଷ୍ଟ ହାଉସରେ ଅଗ୍ନିକାଣ୍ଡ ଘଟି ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ନାଲ୍‌କୋ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ, ୨ ଜଣ ଟ୍ରେନି ଛାତ୍ର ଏବଂ ଅନ୍ୟ ଜଣେ କଣ୍ଟ୍ରାକ୍ଟର ବୋଲ ଜଣାପଡ଼ିଛି । ତେବେ ସର୍ଟ ସର୍କିଟ୍‌ରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.