Below header

Super-30 ହିଟ୍ ହେବାପରେ ଜିମ୍ ରେ ଡ୍ୟାନ୍ସ କରିବାକୁ ଲାଗିଲେ ହ୍ରିତିକଙ୍କ ମା’, ୧୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଏହି ଭିଡିଓ

ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜିବନୀ ଉପରେ ଆଧାରିତ ଫିଲ୍ମ ସୁପର-୩୦ ବକ୍ସ ଅଫିସରେ ସଫଳତା ପାଇବା ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି। ହ୍ରିତିକ୍ ରୋଶନ୍ ଏହି ଫିଲ୍ମରେ ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି ବର୍ତ୍ତମାନ ୧୦୦ କୋଟି କ୍ଳବରେ ସାମିଲ ହୋଇସାରିଛି । ହ୍ରିତିକଙ୍କ ଏହି ସଫଳତାରେ ତାଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି । ନିକଟରେ ତାଙ୍କ ମା’ ପିଙ୍କି ରୋଶନ୍ ଯୁଗରଫିୟା ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।

super_30ହ୍ରିତିକ୍ ରୋଶନ୍ ନିଜର ଇଷ୍ଟାଗ୍ରାମ୍ ପେଜରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ପ୍ରଥମେ ତାଙ୍କ ମା’ ଜିମରେ ଏକ୍ସରସାଇଜ୍ କରୁଥିବାର ନଜର ଆସୁଛନ୍ତି । ଡମ୍ବଲ ଉଠାଇ ସେ ଥକି ଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହାପରେ ସେ ଡମ୍ବଲଟିକୁ ଥୋଇ ଦେଇ ଜୁଗରଫିୟା ଗୀତରେ ଡ୍ୟାନ୍ସ କରିବାକୁ ଲାଗୁଛନ୍ତି। ହ୍ରିତିକ୍ ଏହି ଭିଡିଓକୁ ସେୟାର କରି କ୍ୟାପସନ୍ ରେ ଲେଖିଛନ୍ତି କି, ଆପଣ ଏହାକୁ ପ୍ରତିକ୍ଷା କରନ୍ତୁ, ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

Wait for it… #championoflife #supermom #loveyoumama #truelove ❤️

A post shared by Hrithik Roshan (@hrithikroshan) on

ନିକଟରେ ହ୍ରିତିକଙ୍କୁ ଫିଲ୍ମର ସଫଳତା ପାଇଁ ଯେତେବେଳେ ମିଡିଆ ପକ୍ଷରୁ ପ୍ରଶ୍ନ ପଚରାଯାଇଥିଲା ସେ ଉତ୍ତରରେ କହିଥିଲେ କି, ଏହା ଠିକ୍ ମୋର ପୂର୍ବ ଫିଲ୍ମ ‘କହା ନା ପ୍ୟାର ହେ’ ଭଳି ଥିଲା । ଏଥି ପାଇଁ ଲୋକଙ୍କଠାରୁ ବହୁତ ଭଲ ପାଇବା ମିଳୁଛି। ଫିଲ୍ମରେ ଦେଖିବାକୁ ମିଳିଛି କି, କିପରି ଆନନ୍ଦ କୁମାର କୋଚିଙ୍ଗ ସେଣ୍ଟର ଖୋଲି ଗରିବ ପିଲାମାନଙ୍କୁ ଫ୍ରିରେ ପାଠ ପଢାଉଛନ୍ତି, କିନ୍ତୁ ଏଥିପାଇଁ ତାଙ୍କୁ ବହୁତ ସଙ୍ଘର୍ଷ କରିବାକୁ ପଡୁଛି। ଗତ କିଛି ବର୍ଷ ହେବ ହ୍ରିତିକଙ୍କ ପାଇଁ କିଛି ଭଲ ସମୟ ନଥିଲା। ତାଙ୍କର ଶେଷ ଫିଲ୍ମ କାବିଲ୍ ଥିଲା ଯାହା ୨୦୧୭ରେ ରିଲିଜ୍ ହୋଇଥିଲା। ଅନ୍ୟପଟେ ହ୍ରିତିକଙ୍କ ବିଗ୍ ବଜେଟ୍ ଫିଲ୍ମ ‘ମୋହଞ୍ଜଦାର’ ବକ୍ସ ଅଫିସ୍ ରେ ଫ୍ଳପ୍ ହୋଇଥିଲା।

ଏହାସହ ପଢନ୍ତୁ: ‘ବିଗ୍ ବସ୍ ୧୩’ରେ ୪୦୦ କୋଟି ନୁହେଁ, ଏତିକି ନେବେ ସଲମାନ୍ ଖାନ୍, ଜାଣନ୍ତୁ ଏପିସୋଡ୍ ଫିଛା କେତେ ରହିଛି ଫିସ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.