Below header

ବାହାଘର ଭୋଜିରେ ଅତିଥିଙ୍କ ଦେହରେ ବାଜିଗଲା ଅଇଁଠା ଥାଳି, ପିଟି ପିଟି ୱେଟରଙ୍କୁ କଲେ ହତ୍ୟା

ଅତିଥିଙ୍କ ଦେହରେ ଅଇଁଠା ଥାଳି ବାଜିଯିବାରୁ ୱେଟରଙ୍କୁ ନିର୍ମମ ହତ୍ୟା । ଏଭଳି ଅଭାବନୀୟ ଘଟଣା ଗାଜିଆବାଦରେ ଘଟିଛି । ୱେଟର ମା’ଙ୍କ ଅଭିଯୋଗ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ।

ନୂଆଦିଲ୍ଲୀ : ରକ୍ତରଞ୍ଜିତ ହେଲା ବିବାହ ଭୋଜି। ଅତିଥିଙ୍କ ଦେହରେ ଅଇଁଠା ଥାଳି ବାଜିଯିବାରୁ ୱେଟରଙ୍କୁ ନିର୍ମମ ହତ୍ୟା । ଏଭଳି ଅଭାବନୀୟ ଘଟଣା ଗାଜିଆବାଦରେ ଘଟିଛି ।
ବାହାଘର ଭୋଜିରେ ଛୋଟ ମୋଟ ଝଗଡ଼ା ହେବା ଘଟଣା ସମସ୍ତେ ଶୁଣିଥିବେ । ହେଲେ ଭୋଜିରେ କାହାକୁ ଏପରି ନିର୍ମମ ହତ୍ୟା କରିବା ଘଟଣା ପ୍ରଥମଥର ଶୁଣିବାକୁ ମିଳିଛି । ଜଣେ ୱେଟରଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇଥିଲେ । ୱେଟର ମା’ଙ୍କ ଅଭିଯୋଗ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା ।

ସୁଚନା ମୁତାବକ୍‌, ଗାଜିଆବାଦର ପୁସ୍ତା ରୋଡରେ ଥିବା ସିଜିଏସ୍‌ ଭାଟିକା ଗେଷ୍ଟ ହାଉସରେ ଗୋଟିଏ ବାହାଘର ଭୋଜିର ଆୟୋଜନ କରାଯାଇଥିଲା। ଏହି ବାହାଘର ଭୋଜିରେ ପଙ୍କଜ ନାମକ ଯୁବକ (୨୪) ୱେଟର ଭାବେ କାମ କରୁଥିଲେ । କିନ୍ତୁ ଛୋଟିଆ ଅସାବଧାନତା ଯୋଗୁଁ ତାଙ୍କୁ ହତ୍ୟା କରାଗଲା ।

ତେବେ ବାହାଘରରେ ଅତିଥିମାନେ ନାଚ ଗୀତରେ ମସଗୁଲ୍‌ ଥିବା ବେଳେ ପଙ୍କଜ ଅଇଁଠା ପ୍ଲେଟ୍‌ ଧରି ସେହି ବାଟ ଦେଇ ଯାଇଥିଲେ । ଆଉ ଅସାବଧାନତା ଯୋଗୁଁ ପଙ୍କଜଙ୍କ ହାତରୁ ପ୍ଲେଟ୍‌ ପଡ଼ିଯାଇ ଅତିଥିଙ୍କ ଉପରେ ପଡ଼ିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଅତିଥି ମାନେ ପଙ୍କଜଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ପଙ୍କଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ହିଁ ପଙ୍କଜଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ପଙ୍କଜଙ୍କ ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।

ପଙ୍କଜ ମା’ଙ୍କ ବୟାନକୁ ଆଧାର କରି ପୋଲିସ ତଦନ୍ତ ଚଳାଇଥିଲେ । ପଙ୍କଜଙ୍କ ମା’ କହିଥିଲେ ଯେ,ପଙ୍କଜ ନଭେମ୍ବର ୧୭ ତାରିଖରେ ଏକ ବାହାଘର ଭୋଜିରେ କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ତେବେ ପୋଲିସ ଗେଷ୍ଟ ହାଉସ୍‌ର ନିକଟସ୍ଥ ଜଙ୍ଗଲରୁ ନିଖୋଜ ପଙ୍କଜଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାକ୍ରମ ବିଷୟରେ ପୋଲିସ ଜାଣିବାକୁ ପାଇଥିଲା । ଏହି ହତ୍ୟାକାଣ୍ଡରେ ପୋଲିସ ୨ ଜଣଙ୍କୁ ଗିରଫ କରି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଖୋଜି କରୁଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ମନୋଜ ଏବଂ ଅମିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.