ଏହି ହାଟରେ ବିକ୍ରି ହୁଅନ୍ତି ସ୍ୱାମୀ, ୫୦ ହଜାର ଟଙ୍କାରେ କିଣିପାରିବେ ନିଜ ମନପସନ୍ଦର ବର

ଏମିତି ଏକ ମାର୍କେଟ ଅଛି ଯେଉଁଠି ବିକ୍ରି ହୁଅନ୍ତି ବର । ଆଉ ହଁ ଆପଣ ଏହି ହାଟରେ ବାର୍ଗେନିଂ ବି କରି ବର କିଣିପାରିବେ । ଯେଉଁ ବର ଆପଣଙ୍କୁ ପସନ୍ଦ ଆସିଲା ଆପଣ ସେଠି ଗାମୁଛା ପକାଇ ବୁକ୍‌ ବି କରିପାରିବେ ।

ଦୁନିଆରେ ଅନେକ ପ୍ରକାରର ମାର୍କେଟ ଅଛି । କେଉଁଠି ଫଳ ମାର୍କେଟ ତ ଆଉ କେଉଁଠି ଅନ୍ୟାନ୍ୟ ସାମଗ୍ରୀ ଓ ଜିନିଷ ପତ୍ର ବିକ୍ରି ହୋଇଥାଏ । କିନ୍ତୁ ଏମିତି ଏକ ମାର୍କେଟ ଅଛି ଯେଉଁଠି ବିକ୍ରି ହୁଅନ୍ତି ବର । ଆଉ ହଁ ଆପଣ ଏହି ହାଟରେ ବାର୍ଗେନିଂ ବି କରି ବର କିଣିପାରିବେ । ଯେଉଁ ବର ଆପଣଙ୍କୁ ପସନ୍ଦ ଆସିଲା ଆପଣ ସେଠି ଗାମୁଛା ପକାଇ ବୁକ୍‌ ବି କରିପାରିବେ । ଆଉ ସବୁଠାରୁ କମ୍‌ ରହିଛି ୫୦ ହଜାର ଟଙ୍କା, ୫୦ ହଜାର ଟଙ୍କାର ପ୍ରାରମ୍ଭିକ ଦାମରେ ଆପଣ ଏଠି ବର କିଣିପାରିବେ । କିନ୍ତୁ ତାପୂର୍ବରୁ କହିବାକୁ ଚାହିଁବୁ ଯେ ଭାରତରେ ଯେଉଁଠି ଗୋଟେ ପଟେ ଯୌତୂକ ନେବା ଯୌତୁକ ଦେବା ଆଇନଗତ ଅପରାଧ । ସେଠାରେ କିଛି ଲୋଭୀ ଲୋକ ଏସବୁ କରିବା ଠାରୁ ନିବୃତ୍ତ ରହୁନାହାଁନ୍ତି । ଯୌତୁକ ନେବା ଆଉ ଯୌତୁକ ଦେବା ମାମଲାରେ ଭାରତର ସବୁ ରାଜ୍ୟ ମଧ୍ୟରୁ ବିହାର ଏବଂ ଉତ୍ତରପ୍ରଦେଶର ନାମ ସବୁଠାରୁ ଆଗରେ ରହିଥାଏ । ଅନେକ ଥର ତ ଏହି ଯୌତୁକ ଦେବା ନେବା ଲୁଚାଛପା ନୁହେଁ ବରଂ ସର୍ବସମ୍ମୁଖରେ କରାଯାଏ । ପୁଅର ଇନକମ୍‌ ହିସାବରେ ବି ଯୌତୁକ ରାଶି ଫାଇନାଲ କରାଯାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପୁଅ ଓ ଝିଅ ଉଭୟଙ୍କ ପରିବାର ଏଥିରେ ସହମତି ଦିଅନ୍ତି ।

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଅଜବ ଗଜବ ପ୍ରଥା ପ୍ରଚଳିତ । ବିଶେଷ କରି ବିବାହ ସମ୍ବନ୍ଧୀୟ । ଆଜିକାଲି ଲଭ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ୍ ମ୍ୟାରେଜ ନିଜ ପସନ୍ଦର ଜୀବନ ସାଥୀଟିଏ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି । ପିଲାମାନଙ୍କ ପସନ୍ଦ ଏବଂ ବାପା ମା’ଙ୍କ ପସନ୍ଦ ଭିନ୍ନ । ଯେଉଁଥିପାଇଁ ଅନେକ ସମୟରେ ଏହା ଚିନ୍ତାର ବିଷୟ ପାଲଟିଥାଏ । କିନ୍ତୁ ଯଦି ବର ଉଭୟ କନ୍ୟା ଏବଂ ପରିବାରର ପସନ୍ଦ ହୁଏ ତେବେ ଲାଇଫ୍ ହୋଇଯାଏ ଏକଦମ୍‌ ସେଟ୍ । ଆପଣମାନେ ଜାଣିଛନ୍ତି କି ବର କନ୍ୟାମାନଙ୍କ ପାଇଁ ବି କିଛି ସ୍ଥାନରେ ହାଟ ବସିଥାଏ ? ନିକଟରେ ବୁଲଗେରିଆରେ ‘କନ୍ୟା ବଜାର’କୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହୋଇଥିଲା । ଲୋକମାନେ କନ୍ୟା କିଣିବା ପାଇଁ ଏଠାକୁ ଆସିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠି ବର ବିକ୍ରି ହୋଇଥାନ୍ତି ।

brideଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ସ୍ଥାନ ବିଦେଶରେ ନୁହେଁ ବରଂ ଭାରତରେ ଅଛି । ବିହାରର ମଧୁବନୀରେ ରହିଛି ଏହି ‘ଗ୍ରୁମ୍ ମାର୍କେଟ’ । ଆପଣ ଜାଣି ଚକିତ ହେବେ ଯେ ଏହି ବର ବିକ୍ରି ହେଉଥିବା ହାଟ ୭୦୦ ବର୍ଷ ପୁରୁଣା। ଜୁନରୁ ଜୁଲାଇ ମାସ ମଧ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥାଏ । ଅବିବାହିତ ଯୁବକମାନେ ଏହି ବଜାରକୁ ବିବାହ ଆଶା ନେଇ ଆସିଥାନ୍ତି । ସେମାନେ ପାରମ୍ପରିକ ଧୋତି-କୁର୍ତ୍ତା ଅବା ଜିନ୍ସ୍ ଶାର୍ଟ ପରିଧାନ କରି ଆସିଥାନ୍ତି । ତେବେ ଏହି ‘ଗ୍ରୁମ୍ ମାର୍କେଟ’ ୯ ଦିନ ବସିଥାଏ ।

ଏହି ଗ୍ରୁମ୍ ମାର୍କେଟ ଖୋଲିବା ପଛରେ ରହିଛି ଏକ ବିଶେଷ କାରଣ । ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଏହି ହାଟ ବସିଥାଏ । ଏହି ହାଟରେ ଯୁବକମାନଙ୍କ ଯୋଗ୍ୟତା ଅନୁଯାୟୀ ବର ବିକ୍ରି ହୋଇଥାଏ । ସେ କେଉଁଠି ଚାକିରି କରନ୍ତି, ତାଙ୍କର ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ କଣ । ଏହିସବୁ ଆଧାରରେ ବରର ଦାମ୍‌ କେତେ ଧାର୍ଯ୍ୟ କରାଯାଏ ।

କୌଣସି ଯୁବକର ବୟସ ଯଦି ୩୫ ବର୍ଷରୁ ଅଧିକ ଥିବ ତେବେ ସେମାନଙ୍କ ମୂଲ୍ୟ ୫୦ ହଜାର ଟଙ୍କା ଥିବାବେଳେ ୩୫ ବର୍ଷରୁ କମ ହୋଇଥିଲେ ୨-୩ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟ ଧାର୍ଯ୍ୟ କରାଯାଇଛି । କନ୍ୟା ପକ୍ଷମାନଙ୍କୁ ବର ପସନ୍ଦ ଆସିଲେ ତା’ କାନ୍ଧ ଉପରେ ଏକ ଗାମୁଛା ପକାଇଥାନ୍ତି । ବର ଚୟନ ହେଲା ପରେ ଉଭୟ ବର ପକ୍ଷ ଏବଂ କନ୍ୟା ପକ୍ଷଙ୍କ ପୁରୁଷମାନେ ବିଶେଷ ଭୂମିକା ତୁଲାଇଥାନ୍ତି । ସେମାନେ ବିବାହ ଖର୍ଚ୍ଚ ଏବଂ ଯୌତୁକ ସମ୍ବନ୍ଧୀୟ କଥାବାର୍ତ୍ତା ସ୍ଥିର କରିଥାନ୍ତି । ଏହି ବଜାରରେ ବିବାହ କରାଇବା ପାଇଁ ପଣ୍ଡିତମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.