Below header

ଜନ୍ମାଷ୍ଟମୀରେ ପଶ୍ଚିମବଙ୍ଗର ଲୋକନାଥଧାମ ମନ୍ଦିରରେ ଦଳାଚକଟା, ୫ମୃତ

କୋଲକତା: ପଶ୍ଚିମ ବଙ୍ଗଳାର ଉତ୍ତର ୨୪ ପ୍ରଙ୍ଗଣା ଜିଲ୍ଲାର କଚୁଆ ସ୍ଥିତ ଲୋକନାଥଧାମ ମନ୍ଦିରରେ ଅଘଟଣ । ରାତି ପାଖାପାଖି ୩ଟା ବେଳେ ମନ୍ଦିରରେ ଦଳାଚକଟାରେ ପାଞ୍ଚ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହିତ ୨୬ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାର ପିଛା ପାଞ୍ଚ ଲକ୍ଷ ଟଙ୍କା ଏବଂ ଗମ୍ଭୀର ଆହତଙ୍କ ପିଛା ୧ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି । ଏହାବ୍ୟତିତ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଘୋଷଣା କରିଛନ୍ତି ।

ସୂଚନାଅନୁଯାୟୀ, ଜନ୍ମାଷ୍ଟମୀ ଅବସରରେ ଶ୍ରଦ୍ଧାଳୁଙ୍କର ବହୁତ ଭିଡ ଜମିଥିଲା । ସେହି ସମୟରେ ପ୍ରବଳ ବର୍ଷା ହେବାକୁ ଲାଗିଥିଲା । ମନ୍ଦିର ନିକଟରେ ଲାଗିଥିବା ଏକ ରେଲିଂ ଭାଙ୍ଗିଯିବାରୁ ଭକ୍ତ ମାନଙ୍କ ଭିତରେ ଆଲୋଡନ ସ୍ରୁଷ୍ଟି ହୋଇଥିଲା ଏବଂ ସଭିଏଁ ଦୌଡିବାକୁ ଲାଗିଥିଲେ। ଯାହାଫଳରେ ଏଭଳି ଏକ ଅଘଟଣ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.