ଛାତ୍ର ସଂସଦ ନିର୍ବାଚନ ବାତିଲ ବିରୋଧରେ ଅଲ ଇଣ୍ଡିଆ DSOର ବିକ୍ଷୋଭ

ବ୍ରହ୍ମପୁର(କେନ୍ୟୁଜ୍): ଗତକାଲି ରାଜ୍ୟ ସରକାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ତେବେ ସରକାରଙ୍କ ଏଭଳି ନଷ୍ପତ୍ତିକୁ ବିରୋଧ କରିଛନ୍ତି ଅଲ ଇଣ୍ଡିଆ ଡିଏସଓ । ଛାତ୍ର ନିର୍ବାଚନରେ ହେଉଥିବା ଗଣ୍ଡଗୋଳକୁ ରୋକିବା ତଥା ଶୈକ୍ଷିକ ସାଂସ୍କୃତିକ ବାତାବରଣ ଗଢିତୋଳିବା ପାଇଁ ଉପଯୁକ୍ତ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିବା ବଦଳରେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ସମସ୍ୟା ବିରୁଦ୍ଧରେ ଲଢିବା ପାଇଁ ଥିବା ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ସରକାର ଏଭଲି ନିଷ୍ପତ୍ତି ନେଇଥିବା ଡିଏସଓ ଅଭିଯୋଗ କରିଛନ୍ତି । ଏହାକୁ ବିରୋଧ କରି ଆଜି ଅଲ ଇଣ୍ଡିଆ ଡିଏସଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ସହରର କମାପଲ୍ଲୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତୁରନ୍ତ ବାତିଲ କରିବାକୁ ଦାବୀ କରିବା ସହ ଆଗାମୀ ଦିନରେ ଏନେଇ ବୃହତ ଛାତ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି । ଏଥିସହ ଗତକାଲି ବାଣୀବିହାର ନିକଟରେ ଏବିଭିପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.