ଶ୍ରୀକୃଷ୍ଣଙ୍କ ବଟର ବଲ୍‌, ଝଡତୋଫାନ ମଧ୍ୟ ପକାଇପାରୁନି କୌଣସି ପ୍ରଭାବ

ଦୁନିଆରେ ଏପରି କେତେକ ଅଜବ ଜିନିଷ ଘଟଣା ରହିଛି, ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ଚେନ୍ନାଇରେ ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ ଶ୍ରୀକୃଷ୍ଣଙ୍କ ଲହୁଣୀ ବଲ ରହିଛି। ଯାହାକୁ ବଟର ବଲ ନାମରେ ପରିଚିତ। କିନ୍ତୁ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟ କିମ୍ବଦନ୍ତୀ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ପଥର ୧୨୦୦ ବର୍ଷ ହେଲାଣି ୪୫ ଡିଗ୍ରୀ କୋଣରେ ଢଳି ରହିଛି। କୌଣସି ପ୍ରକାର ଝଡତୋଫାନ ଏହା ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। ଦକ୍ଷିଣ ଭାରତର ମହାବଳୀପୁରୁମରେ ଶ୍ରୀକୃଷ୍ଣଙ୍କ ଏହି ଚମତ୍କାରୀ ପଥର ରହିଛି। ଯାହା ଆକାରରେ ବିଶାଳକାୟ।

butter

ଏହି ପଥରର ଓଜନ ପାଖାପାଖି ୨୫୦ ଟନ ରହିଛି। ଯାହାର ଚଉଡା ୫ ମିଟର ଏବଂ ଉଚ୍ଚତା ୨୦ ଫୁଟ ରହିଛି। ବିନା କାହା ସାହାଯ୍ୟରେ ଏହି ପଥରଟି ୪୫ ଡିଗ୍ରୀ କୋଣରେ ଝୁଲି ରହିଛି। ଏହି ପଥରକୁ ଲୋକମାନେ ବଟର ବଲ ବୋଲି କୁହାଯାଉଛି। ଅନେକ ଲୋକ ଆଜିପର୍ଯ୍ୟନ୍ତ ବଟର ବଲକୁ ହଲାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଏହାକୁ କେହି ବି ଟିକେ ହେଲେ ମଧ୍ୟ ହଲାଇ ପାରିନାହାନ୍ତି।

345

ଏହାସହ ପଢ଼ନ୍ତୁ ; କାହିଁକି କୃଷ୍ଣ ଜନ୍ମାଷ୍ଟମୀ ବ୍ରତକୁ ରାଜା ବା ‘ବ୍ରତରାଜା’ ବୋଲି କୁହାଯାଏ

ପୌରାଣିକ ତଥ୍ୟ ଅନୁଯାୟୀ, ବଲ୍ଲବ ବଂଶର ରାଜା ଏହାକୁ ହଟାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅସଫଳ ହୋଇଥିଲେ। ୧୯୦୮ ମସିହାରେ ଏହି ପଥରକୁ ନେଇ ମାଦ୍ରାସ ଗଭର୍ଣ୍ଣର ଆର୍ଥର ଏହାକୁ ହଟାଇବା ପାଇଁ ସାତଟି ହାତୀକୁ ଲଗାଇଥିଲେ। କିନ୍ତୁ ଏହିସବୁ ହାତୀ ଏହାକୁ ଟିକେ ମଧ୍ୟ ହଲାଇପାରିଲେ ନାହିଁ। ପୌରାଣିକ କଥାନୁସାରେ ଏହାକୁ ଲହୁଣୀ ବଲ ମଧ୍ୟ କୁହାଯାଏ। ଶ୍ରୀକୃଷ୍ଣ ନିଜ ବାଲ୍ୟାବସ୍ଥାରେ ଏହାକୁ ତଳକୁ ପକାଇଦେଇଥିଲେ। ସେବେଠାରୁ ଏହା ସେହି ସ୍ଥାନରେ ରହିଛି। ଯିଏ ବି ଏହାକୁ ହଟାଇବାକୁ ଚେଷ୍ଟା କରିଛନ୍ତି, ତାଙ୍କ ସହିତ କିଛି ଅଶୁଭ ଘଟଣା ଘଟିଛି ବୋଲି ଶୁଣିବାକୁ ମିଳିଛି। ଲୋକମାନେ ବଟର ବଲକୁ ଦେଖିବା ପାଇଁ ଅନେକ ଦୂରରୁ ଆସିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.