ଯାଜପୁର: ମୁଖ୍ୟ ଡାକ୍ତରଖାନାରେ ଅଘଟଣ , ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ନାବାଳିକାର ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଅଘଟଣ , ତ୍ରୁଟିପୂର୍ଣ୍ଣ ଚିକିତ୍ସା ରୁ ନାବାଳିକା ର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ହରିପୁର ଗାଁ ର ନୀଳମଣି ବରାଳ ଙ୍କ ଝିଅ ପୂଜାରାଣୀ। ସେ ଆଜି ନିଜର ବାତ ରୋଗର ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଡ଼ାକ୍ତର ଖାନାକୁ ଆସିଥିଲେ। ତାଙ୍କୁ ଦିଆଯାଇଥିବା ଇଂଜେକସନ ର ମାତ୍ରା ଅଧିକ ହୋଇଥିବା ରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନ କରି ତାଙ୍କୁ ଜୋର ଜବରଦସ୍ତ ଘରକୁ ପଠାଇଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଏହାର ତଦନ୍ତ କରି ଦୋଷୀଙ୍କ ଵିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ଶବକୁ ଡାକ୍ତର ଖାନାକୁ ଆଣିଥିଲେ।ଅନ୍ୟପଟେ ଅଭିଯୋଗ କୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ତଦନ୍ତ ଆରମ୍ଭ କରିଛି,ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.