Below header

ମହଙ୍ଗା ପଡ଼ିଲା ଗୁଗଲ ମ୍ୟାପ୍‌ର ସାହାରା, କାଦୁଅରେ ଫସିଗଲା ଟୁରିଷ୍ଟ କାର

କୌଣସି ସ୍ଥାନକୁ ଯାତ୍ରା କରିବା ବେଳେ ଆମେ ଗୁଗଲ ମ୍ୟାପ୍‌ର ସାହାରା ନେଇଥାଉ। ଅନେକ ଥର ଏହା ଆମକୁ ଆମ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ବି ଥାଏ। କିନ୍ତୁ ବେଳେବେଳେ ଗୁଗଲ ମ୍ୟାପ୍‌କୁ ଭରସା କରି ଆମେ ଫସିଯାଉ। ନିକଟରେ ରାଜସ୍ଥାନରେ ଏକ ସେଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପର୍ଯ୍ୟଟକଙ୍କ ଗ୍ରୁପ୍‌ ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଉଦୟପୁର ଯାଉଥିଲେ। କିନ୍ତୁ ସେମାନେ ଉଦୟପୁରରେ ପହଞ୍ଚିବା ପରିବର୍ତ୍ତେ ଏକ ଗାଁରେ ପଶିଯାଇଥିଲେ ଓ ତାଙ୍କ କାର ପଙ୍କ କାଦୁଅରେ ଫସିଯାଇଥିଲା।

ରିପୋର୍ଟ ମୁତାବକ, ଜର୍ମାନୀ ଓ ଉତ୍ତରାଖଣ୍ଡର ଏହି ପର୍ଯ୍ୟଟକ ନିଜ କାରରେ ଟ୍ରାଭେଲ କରୁଥିଲେ। ସେମାନେ ରାଜସ୍ଥାନର ନବନିଆ ହାଇେଓ୍ଵରେ ଯାତ୍ରା କରୁଥିଲା। ଶୀଘ୍ର ପହଞ୍ଚିବା ପାଇଁ ସେମାନେ ଗୁଗଲ ମ୍ୟାପ୍‌ରେ ଏକ ବିକଳ୍ପ ରାସ୍ତା ଦେଖିଥିଲେ। ସେମାନେ ଏହି ସିଙ୍ଗଲ ରୋଡ୍‌ରେ କିଛି ସମୟ ଯିବା ପରେ ଦେଖିବାକୁ ପାଇଲେ ଯେ ରାସ୍ତା କାମ ହୋଇନାହିଁ। ସେମାନେ ରାଜସ୍ଥାନର ମେନାର ଗାଁରେ ପଶିଯାଇଥିଲେ ଓ ତାଙ୍କ କାର କାଦୁଅରେ ଫସିଯାଇଥିଲା।

ଗାଡ଼ି ଫସିଯିବା ପରେ ଟୁରିଷ୍ଟମାନେ ନିଜର କେତେ ଜଣ ସ୍ଥାନୀୟ ବନ୍ଧୁଙ୍କୁ ଡାକିଥିଲେ। ପରେ ଉଦ୍ଧାରକାରୀ ଦଳ ପହଞ୍ଚି ତାଙ୍କୁ ଓ ତାଙ୍କ କାର୍‌କୁ ଉଦ୍ଧାର କରିଥିଲେ। ମୁଖ୍ୟ ରାସ୍ତାରୁ ସେମାନେ ଫସିଥିବା ରାସ୍ତା ଏତେ ଦୂର ଥିଲା ଯେ ଉଦ୍ଧାର କରିବାକୁ ଆସିଥିବା ଟ୍ରାକ୍ଟରକୁ ବାଟ ଦେଖାଇବା ପାଇଁ ଟୁରିଷ୍ଟ ଟିମ୍‌କୁ ପାଦରେ ଚାଲି ଚାଲି ପାଖାପାଖି ୨ କିଲୋମିଟର ଆସିବାକୁ ପଡ଼ିଥିଲା। ପରେ ଟ୍ରାକ୍ଟରରେ କାରକୁ ରଶିରେ ବାନ୍ଧି ବାହାର କରାଯାଇଥିଲା। ଏଥିପାଇଁ ୫ ଘଣ୍ଟା ସମୟ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.