Below header

ବାଲେଶ୍ବର: ଶାଶ୍ବତ ପ୍ରେମର ନିଚ୍ଛକ ଉଦାହରଣ, କଥା କହିପାରୁନଥିଲେ ବି ଆଖିରେ ଆଖିରେ ପ୍ରେମ ପରେ ପଡିଲା ହାତଗଣ୍ଠି

ଜଳେଶ୍ବର(କେନ୍ୟୁଜ୍):  କେବଳ ଓଠ ପ୍ରେମର ଭାଷା କୁହେନି । ଆଖି ବି କହିପାରେ ଅନକେ କିଛି। ବ୍ୟକ୍ତ କରିପାରେ ହୃଦୟର ଭାବନା।   ଆଉ ସେଇ ଆଖିର ଇସାରାରେ ଏକାଠି ହୋଇଛନ୍ତି ପ୍ରେମୀ ଯୁଗଳ  । ଉଭୟ ପିଲାଟି ଦିନରୁ ମୁକ । କିଛି ସିନା କହି ପାରନ୍ତି ନାହିଁ କିନ୍ତୁ ଠାରରେ ଠାରରେ ସବୁ ବଖାଣି ପାରନ୍ତି । ଆଉ ସେହି ଠାରର ଭଲ ପାଇବା ପାଇଛି ବିବାହ ସ୍ୱୀକୃତି । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ  ମୁକ ପ୍ରେମୀ ଯୁଗଳ ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ  ବାଟଗ୍ରାମ ଗ୍ରାମର  ଗୌତମ ଦାସ ଭୁବନେଶ୍ୱର  ଜଟଣୀ ସ୍ଥିତ ମୁକ ବଧିର ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ ।  ସେଠାରେ ରହି ପାଠ ପଢୁଥିବା ବୌଦ୍ଧ ଜିଲ୍ଲାର ବଡ଼ା ଗାଁର ଗୀତାଞ୍ଜଳିଙ୍କ ସହ ଗୌତମଙ୍କ ଦେଖା  ହୋଇଥିଲା। ପରେ ଧିରେ ଦିରେ ଉଭୟଙ୍କ ସମ୍ପର୍କ ବଢି ଉଭୟଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା । ଏହି  ପ୍ରେମ  ଏବେ ସ୍ୱାମୀ ସ୍ତ୍ରୀ  ସମ୍ପର୍କରେ ପରିଣତ ହୋଇଛି । ନିଜ ପ୍ରେମକୁ ସାକାର କରିବା ପାଇଁ ସୁଦୂର ବୌଦ୍ଧରୁ ଛୁଟି ଆସିଛନ୍ତି ବାଲେଶ୍ବର ଜିଲ୍ଲାକୁ।  ବନ୍ଧୁ ବାନ୍ଧବଙ୍କ ଗହଣରେ ଗୀତାଞ୍ଜଳିଙ୍କୁ ବାହା ହୋଇଛନ୍ତି ଗୌତମ। ସାତ ଜନମର ସାଥୀ ହେବା ନେଇ ଦେଇଛନ୍ତି ପ୍ରତିଶ୍ରୁତି। ଉଭୟଙ୍କ ବିବାହକୁ ନେଇ ଦୁଇ ପରିବାରର ସଦସ୍ୟ ବି ଖୁସିବ୍ୟକ୍ତ କରିଛନ୍ତି । ଉଭୟ ନୂଆ ଜୀବନ ଆରମ୍ଭ କରିଥିବା ବେଳେ ସମସ୍ତେ ଉଭୟଙ୍କୁ ସୁଖମୟ ଦାମ୍ପତ୍ୟର ଆଶୀର୍ବାଦ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.