Below header

ଯାଜପୁର: ଏଟିଏମ କାର୍ଡ ଚୋରି କରି ଚମ୍ପଟ ମରୁଥିବା ଚୋରକୁ ଧିରି ପୋଲିସରେ ଦେଲେ ଗ୍ରାମବାସୀ

କେନ୍ୟୁଜ୍(ବ୍ୟୁରୋ) ଏଟିଏମ ଚୋରକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଯାଜପୁର ଜିଲା ବିଂଝାରପୁର ବ୍ଲକ ସିଂହପୁର ବଜାରର ଏଟିଏମ ନିକଟରୁ ଜଣେ ଚୋରକୁ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଛନ୍ତି । ଯୁବକ ହେଉଛନ୍ତି ମଂଗଳପୁର ଥାନା ଚମ୍ପେଇ ଗ୍ରାମର ପ୍ରଦୀପ କୁମାର ସାମଲ । ସେ ଜଣେ ଗ୍ରାହକଙ୍କ ଠାରୁ ଚୋରେଇ  କରି ଏଟିଏମ କାର୍ଡ ନେଇଯାଇଥିଲେ ।

ପରେ ଗ୍ରାହକ ଜଣକ ଜାଣିବା ପରେ ସ୍ଥାନୀୟ ଲୋକଙ୍କ ସହିତ ଯୁବକ ଜଣକୁ ଅଟକ ରଖି ପୋଲିସରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.