Below header

ଏହି ସବୁ ଜିନିଷ ସହିତ କଦାପି ଖାଇବା ଉଚିତ ନୁହେଁ ଲେମ୍ବୁ, ପଡ଼ିପାରେ ଅତି ଖରାପ ପ୍ରଭାବ

ଖରାଦିନେ ଲୋକେ ଅଧିକ ମାତ୍ରାରେ ଲେମ୍ବୁପାଣି ପିଇ ଥାଆନ୍ତି। ବର୍ତ୍ତମାନ କରୋନା ଯୋଗୁ ଇମ୍ୟୁନିଟି ବଢ଼ାଇବା ପାଇଁ ଲୋକେ ଖୁବ୍‌ ଲେମ୍ବୁ ସେବନ କରୁଛନ୍ତି। କିନ୍ତୁ ଆପଣଙ୍କୁ ମନେ ରଖିବା ଉଚିତ ଯେ ଅନ୍ୟ ଖାଦ୍ୟ ପଦାର୍ଥ ଭଳି ଲେମ୍ବୁ ଖାଇବାରେ ମଧ୍ୟ କିଛି ସାବଧାନତା ଅବଲମ୍ବନ କରିବା ଉଚିତ।

ଆଗ କାଳରେ ଘରର ଗୁରୁଜନମାନେ କିଛି ଭୋଜନ ସହିତ ଲେମ୍ବୁକୁ ମିଶାଇ ଖାଇବାକୁ ମନା କରୁଥିଲେ। ସେମାନଙ୍କ କହିବା ଥିଲା କି, ଏହି କମ୍ବିନେଶନ ପାଚନ ତନ୍ତ୍ର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ।

ଲେମ୍ବୁ ସହିତ କ’ଣ ଖାଇବା ଉଚିତ ନୁହେଁ

-ଦହି ସହିତ ଲେମ୍ବୁ ଖାଇବାକୁ ମନା କରାଯାଇଥାଏ। କୁହାଯାଏ, ଏହାଦ୍ୱାରା ସର୍ଦ୍ଦି, ଥଣ୍ଡା, ଜ୍ୱର, ସାଇନସ୍‌, ଆଲର୍ଜି ଆଦି ହୋଇପାରେ।

-କେବଳ ଦହି ନୁହେଁ, କୌଣସି ବି ପ୍ରକାରର ଡାଏରୀ ପ୍ରଡକ୍ଟସ୍‌କୁ ଲେମ୍ବୁ ସହିତ ଖାଇବା ଦ୍ୱାରା ଶରୀର ଉପରେ ଓଲଟା ପ୍ରଭାବ ପଡ଼ିଥାଏ।

-ଫଳ ଭିତରେ ଅମୃତଭଣ୍ଡା ସହିତ ଲେମ୍ବୁ ସେବନ କରନ୍ତୁ ନାହିଁ।

-କ୍ଷୀର ସହିତ କେବେ ବି ଖଟା ଜିନିଷ ସେବନ କରନ୍ତୁ ନାହିଁ।

-ଟମାଟୋ ସହିତ ବି ଲେମ୍ବୁ ସେବନ କରିବାକୁ ମନା କରାଯାଇଥାଏ।

ଲେମ୍ବୁ ପାଣି

ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତ ଲେମ୍ବୁ ପାଣି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ପ୍ରତିଦିନ ସକାଳେ ଗରମ ପାଣି ପିଅନ୍ତୁ। ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.