ଭୁବନେଶ୍ବର: ହଟ୍ ପ୍ୟାଣ୍ଟ ପିନ୍ଧା ଲେଡି ଲୁଟେରା ଏମିତି କଲା ଚୋରି ଦେଖିଲେ ଆଖି ଟେରା ହୋଇଯିବ

ଭୁବନେଶ୍ବର(କେନ୍ୟୁଜ୍):ଚକମା ଦେଖାଇ ସହିଦନଗର ଏକ ମୋବାଇଲ ଦୋକାନରୁ ଲକ୍ଷେ ୩୯ ହଜାର ଟଙ୍କିଆ Iphone 12pro max ମୋବାଇଲ ହଡପ କରି ନେଇଥିବା ଯୁବତୀ ଥାନାରେ ଅଟକ। ଆଜି ଦିନ ସାଢେ ୧୧ଟା ବେଳେ ସହୀଦନଗର ସ୍ଥିତ ସେଲ ଡଟ ସେଭେନ ନାମକ ଏକ ମୋବାଇଲ ଦୋକାନକୁ ଯୁବତୀ ଆସି Iphone 12pro maxଦେଖାଇବାକୁ କହିଥିଲେ।

bhubaneswar

ମୋବାଇଲ ଟିକୁ ତାଙ୍କ ବାପା  PK SAHAଙ୍କ ନାମରେ ବିଲ କଲେ। ବିଲ ହେବା ପରେ ଏଟିଏମ କାର୍ଡ ଖରାପ ହୋଇଥିବା ଆଳ ଦେଖାଇ ଦୋକାନୀଙ୍କୁ ଘରଠା ପଇସା ଆଣିବା ପାଇଁ ସାଙ୍ଗରେ ନେଇକି ଗଲେ । ହେଲେ ଅଧା ବାଟରେ ଗାଡିରେ ତେଲ ପକାଇବା ବାହାନାରେ ମୋବାଇଲ ଦୋକାନର ସେଲସ ମ୍ୟାନକୁ ତେଲ ଆଣିବାକୁ ପଠାଇ ଫେରାର ହୋଇଗଲେ ଏହି ଚାର-ସୋ-ବିସ୍ ଯୁବତୀ।

ଶେଷର ୬ ଘଣ୍ଟା ପରେ ଶେଷ ହୋଇଥିଲା ହାଇଡ୍ରାମା । ପୋଲିସର ତଦନ୍ତ ପରେ ଉକ୍ତ ଯୁବତୀ ଚୋରି କରିଥିବା iphone ର ଦାମ ଦେବା ପରେ ମାମଲା  ରଫା ଦଫା  ହୋଇଥିଲା।  ପୋଲିସ ସହାୟତାରେ ମୋବାଇଲ ଦୋକାନ ମାଲିକ ୧ ଲକ୍ଷ ୪୩ ହଜାର ଟଙ୍କା ଫେରି ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.