Below header

କୋଭାକ୍ସିନକୁ ଜରୁରୀକାଳିନ ବ୍ୟବହାର ଲାଗି ମିଳିପାରେ WHOର ଅନୁମତି !

କୋଭାକ୍‌ସିନକୁ ଜରୁରୀକାଳିନ ବ୍ୟବହାର ଲାଗି ମିଳିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି । ଆଜି ବସୁଛି WHOର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭାରତର ସ୍ୱଦେଶୀ ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ହେବ ବୈଠକ। ଏହା ପୂର୍ବରୁ WHO ମାଗିଥିବା ଅତିରିକ୍ତ ତଥ୍ୟ ଦାଖଲ କରିଛି ଭାରତ ବାୟୋଟେକ। ଅକ୍ଟୋବର ୨୬ରେ WHO ବୈଷୟିକ କମିଟି ବୈଠକ ପରେ ଭାରତ ବାୟୋଟେକକୁ ଅଧିକ ଡାଟା ମାଗିଥିଲା।

ଡବ୍ଲୁଏଚଓ ନିକଟରେ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିଲା ଭାରତ ବାୟୋଟେକ। ଏଥିପାଇଁ ଡବ୍ଲୁଏଚଓ ମାଗିଥିବା ସମସ୍ତ ତଥ୍ୟ ବାୟୋଟେକ ପର୍ଯ୍ୟାୟକ୍ରମେ ଦାଖଲ କରିସାରିଛି। କୋଭାକ୍ସିନକୁ ଡବ୍ଲୁଏଚଓ ମାନ୍ୟତା ମିଳିଲେ ଏହି ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବା ସହଜ ହେବ । ବର୍ତମାନ ସୁଦ୍ଧା ଡବ୍ଲୁଏଚଓ ବିଶ୍ୱର ୬ଟି ଟିକାକୁ ଅନୁମୋଦନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.