ପାର୍ଟିର ଅଜବ ନିଶା ! କାର ଭିତରେ ଦୁଇ ଛୁଆଙ୍କୁ ବନ୍ଦ କରି ଚାଲିଗଲା ମା, ତା ପରେ ଯାହା ହେଲା…, କୋର୍ଟ ଦେଲେ ୪୦ ବର୍ଷ ଜେଲ୍‌ ଦଣ୍ଡ

ଟେକ୍ସାରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ଉପରେ ସାଧାରଣତଃ କିଏ ବିଶ୍ବାସ କରିପାରିବେ ନାହିଁ । ଜଣେ ମା ତାଙ୍କର ଦୁଇ ନାବାଳିକା ଶିଶୁଙ୍କୁ ଗାଡ଼ି ମଧ୍ୟରେ ଏକୁଟିଆ ଛାଡ଼ି ପାର୍ଟି କରିବାରେ ମସଗୁଲ୍ ରହିଥିଲେ। ଯାହାଫଳରେ ଗାଡ଼ି ମଧ୍ୟରେ ଶିଶୁ ଦୁଇଙ୍କର ମତ୍ୟୁ ହୋଇଥିବା ବେଳେ ଗତ ବୁଧବାର ଦିନ ଅଭିଯୁକ୍ତ ମାଙ୍କୁ ୪୦ ବର୍ଷ ଜେଲ୍‌ ଦଣ୍ଡ ମିଳିଛି।

ପୋଲିସ ସୂଚନା ମୁତାବକ, ୨୦୧୭ ଜୁନ ୭ ତାରିଖରେ ଅମାଣ୍ଡା ଅକ୍ୟୁଇନ୍ସ ନାମକ ଜଣେ ୧୯ ବର୍ଷର ମହିଳା ତାଙ୍କର ୧ ଏବଂ ୨ ଦୁଇ ବର୍ଷର ଝିଅକୁ ନେଇ ଡାକ୍ତରଖାନା ପହଞ୍ଚିଥିଲେ। ସେଠାରେ ସେ ଏକ ବିଷାକ୍ତ ଫୁଲକୁ ଶୁଙ୍ଘିବା ଦ୍ବାରା ତାଙ୍କ ଛୁଆଙ୍କ ଶରୀର ଅସୁସ୍ଥ ହୋଇଥିବା କହିଥିଲେ। କିନ୍ତୁ ପରେ ଜଣାପଡ଼ିଥିଲା ଘଟଣା ପଛର ସତ୍ୟତା।

ନାବାଳିକାଙ୍କ ମା ତାଙ୍କୁ ରାତିରେ ପ୍ରାୟ ୧୮ ଘଣ୍ଟା ନିଜ ଗାଡ଼ିରେ ଜାଣିଶୁଣି ବନ୍ଦ କରି ପାର୍ଟି କରିବା ପାଇଁ ଚାଲି ଯାଇଥିଲେ। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ବାହାରେ ଗାଡ଼ି ମଧ୍ୟରେ ଶିଶୁ କାନ୍ଦୁଥିବା କହିଥିଲେ, କିନ୍ତୁ ଆମାଣ୍ଡା କିଛି ଖାତିର ନକରି ପାର୍ଟି କରିବାରେ ବ୍ୟସ୍ତ ରହିଥିଲେ।

ଡାକ୍ତରଙ୍କ ବୟାନ ପରେ ଘଟଣା ଉପରୁ ସଂପୂର୍ଣ୍ଣ ପରାଦ ଉଠିବା ସହ ଅଭିଯୁକ୍ତ ମାଙ୍କୁ ଏବେ ୪୦ ବର୍ଷ ଦଣ୍ଡ ମିଳିଛି। ଘଟଣାର ଶୁଣାଣି ବେଳେ ଆମାଣ୍ଡା କହିଛନ୍ତି, ମୁଁ ଜାଣିଛି କେଉଁ ପରିସ୍ଥିତିରେ ଏପରି କରିଛି, ମୁଁ ତାହା ବିଷୟରେ କିଛି କହିବାକୁ ଚାହୁଁନାହିଁ। ଶେଷକୁ ଖାଲି କହିବାକୁ ଚାହିଁବି, ମୁଁ ମୋ ସନ୍ତାନଙ୍କୁ ଖୁବ ଭଲ ପାଏ ।

You might also like