ଏଣିକି ଜାନୁଆରୀ ୧ ରୁ ଟିଭି ଦେଖିବା ହେବ ମହଙ୍ଗା, ପ୍ରତିମାସରେ ଖର୍ଚ୍ଚ କରିବାକୁ ପଡିବ ୮୦୦ ଟଙ୍କା

ଏଣିକି ୧ ଜାନୁଆରୀରୁ ମହଙ୍ଗା ହେବ ଟିଭି ଦେଖିବା । କାରଣ କେବଲ୍ ଚ୍ୟାନେଲର ଶୁଳ୍କ ବଢାଇଦେଇଛି ଟ୍ରାଇ । ନୂଆ ନିୟମ ମୂତାବକ ଏବେ ଫ୍ରି ଟୁ ଏୟାର୍ (ଏଫଟିଏ) ଚ୍ୟାନେଲକୁ ଦେଖିବା ପାଇଁ ବି ଦର୍ଶକଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ନୂଆ ନିୟମ ଡିଟିଏଚ୍, କେବଲ୍ ଏବଂ ବ୍ରଡକାଷ୍ଟର୍ସ ଉପରେ ଲାଗୁ ହେବ ।

ଲାଗୁହେବାକୁ ଥିବା ନୁଆ ନିୟମ ମୂତାବକ, ଦର୍ଶକ ଯେତିକି ଚ୍ୟାନେଲ୍ ଦେଖିବେ ତାଙ୍କୁ ସେତିକି ହିଁ ଟଙ୍କା ଦେବାକୁ ପଡିବ । ଡିଟିଏଚ୍ ଏବଂ କେବଲ୍ ଅପରେଟର୍ସଙ୍କୁ ପ୍ରତ୍ୟେକ ପାଇଁ ଧାର୍ଯ୍ୟ ହୋଇଥିବା ନୂଆ ଏମଆରପିର ସୂଚନା ନିଜ ୟୁଜର ଗାଇଡରେ ଦେବାକୁ ପଡିବ । ପ୍ରତ୍ୟେକ ଡିଟିଏଚ୍ କମ୍ପାନୀ ଏବଂ କେବଲ୍ ଅପରେଟରକୁ ଏହି ନିୟମ ମାନିବାକୁ ପଡିବ । ନିୟମ ନମାନିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଦର୍ଶକଙ୍କ ଉପରେ ପଡିବ ବୋଝ :

ଏହି ନୂଆ ନିୟମର ବୋଝ ସେହି ଗରିବ ଏବଂ ଗ୍ରାମୀଣ ଦର୍ଶକଙ୍କ ଉପରେ ପଡିବ ଯେଉଁମାନେ କେବଳ ଫ୍ରି ଟୁ ଏୟାର୍ ଚ୍ୟାନେଲ୍ ଦେଖୁଥିଲେ । ତେବେ ଦୁରଦର୍ଶନର ଡିଟିଏଚରେ ସମସ୍ତ ଚ୍ୟାନେଲ୍ ଦେଖିବା ପାଇଁ ଟଙ୍କା ଦେବାକୁ ପଡିବ ନାହିଁ ।

ତେବେ ପେଡ୍ ଚ୍ୟାନେଲର ନୂଆ ରେଟ୍ ହୋଇଯିବ । ଯେଉଁଠି ଗାଁ ଅଂଚଳରେ ରହୁଥିବା ଗ୍ରାହକଙ୍କୁ ୨୦୦ ରୁ ୨୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ଏବେ ତାହା ବଢି ୪୪୦ ଟଙ୍କା ହୋଇଯିବ । ଯଦି ସ୍ପୋର୍ଟସ ଏବଂ ଏଚଡି ଚ୍ୟାନେଲ୍ ଦେଖିବାକୁ ଚାହିଁବେ ତେବେ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯଦି ଏ-ଲା – କାର୍ଟ ବେସିସରେ ଚ୍ୟାନେଲ୍ ଦେଖିବାକୁ ଚାହିଁବେ ତେବେ ୮୦୦ ଖର୍ଚ୍ଚ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.