Below header

ଦେଶଭକ୍ତି ଏବଂ ଆକ୍ସନରେ ଭରପୁର ମଣିକର୍ଣ୍ଣିକା, ଲୋମ ଟାଙ୍କୁରୀ ଉଠିବ ଶୁଣି କଙ୍ଗନାଙ୍କ ଦମଦାର ଡାଏଲଗ୍

ବଲିଉଡ୍ କୁଇନଙ୍କ ଆକ୍ରମଣାତ୍ମକ ଅବତାର । ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ମଣିକର୍ଣ୍ଣିକା – ଦ କୁଇନ୍ ଅଫ୍ ଝାନସୀର ଦମଦାର ଟ୍ରେଲର୍ । ଯେଉଁଥିରେ ଦେଖିବାକୁ ମିଳିଛି କଙ୍ଗନାଙ୍କ ଜବରଦସ୍ତ ଆକ୍ସନ । ରାଣୀ ଲକ୍ଷ୍ମୀବାଇଙ୍କ ପିଲାବେଳଠୁ ଆରମ୍ଭ କରି ବିବାହ ଏବଂ ପରେ ଇଂରେଜଙ୍କ ସହ ଲଢିଥିବା ମର୍ଦ୍ଦାଣୀଙ୍କ ଭିନ୍ନ ଭିନ୍ନ ରୂପ ଦେଖିପାରିବେ ଏହି ଟ୍ରେଲରରେ । ଫିଲ୍ମରେ ରହିଛି କଙ୍ଗନାଙ୍କ ମନୁରୁ ରାଣୀ ଲକ୍ଷ୍ମୀବାଇ ପର‌୍ୟ୍ୟନ୍ତର ଯାତ୍ରା । ପ୍ରଥମ ଥର ପାଇଁ ଏକ ଐତିହାସିକ ଡ୍ରାମା ଫିଲ୍ମରେ ନଜର ଆସୁଛନ୍ତି କଙ୍ଗନା ।

manikarnikaଟ୍ରେଲରରେ ଝାନସୀ ରାଣୀଙ୍କ ରୂପରେ କଙ୍ଗନା ରଣାୱତଙ୍କ ନିଡର ଏବଂ ସାହାସୀ ଚେହେରା ନଜର ଆସୁଛି । ଟ୍ରେଲରଟି ସ୍ପଷ୍ଟ ଭାବରେ ଜଣାଉଛି ଫିଲ୍ମରେ ଝାନସୀ ରାଣୀ ରୂପରେ କଙ୍ଗନାଙ୍କର କଣ ରହିଛି ତେବର ଏବଂ ଅଭିନୟ । ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି ଫିଲ୍ମର ଟ୍ରେଲର ସହ କଙ୍ଗନାଙ୍କ ଦମଦାର ଅଭିନୟ । ଏହି ଫିଲ୍ମକୁ କରିବା ପାଇଁ କଙ୍ଗନା ନିଜର ମନ ଏବଂ ଜୀବନ ସବୁ ଲଗେଇ ଦେଇଛନ୍ତି ।

କଙ୍ଗନାଙ୍କ ବ୍ୟତୀତ ଫିଲ୍ମରେ ଗୁଲାମ୍ ଗସ୍ ଖାନଙ୍କ ଭୂମିକାରେ ନଜର ଆସିଛନ୍ତି ଡ୍ୟାନୀ ଡେଞ୍ଜୋପ୍ପା । ରାଣୀ ଲକ୍ଷ୍ମୀବାଇଙ୍କ ମୁଖ୍ୟ କମାଣ୍ଡର ଥିଲେ ଗୁଲାମ୍ ଗସ୍ ଖାନ୍ । ଯେତେବେଳେ ଝାନସୀର ଦୁର୍ଗରେ ଇଂରେଜମାନେ ଅଧିକାର କରିବାକୁ ପହଂଚିଥିଲେ ସେତେବେଳେ ଗୁଲାମ ଗସଙ୍କ ନେତୃତ୍ୱରେ ହିଁ ରାଣୀ ଇଂରେଜ ମନରେ ଭୟ ସଂଚାର କରିଦେଇଥିଲେ । ଫିଲ୍ମରେ ୧୫୦ ବର୍ଷ ପୁରୁଣା ହତିୟାର ବ୍ୟବହାର କରାଯାଇଛି । ଅଙ୍କିତା ଲୋଖଣ୍ଡେ ଝଲକାରୀ ବାଇ ଭୂମିକାରେ ଅଭିନୟ କରିଛନ୍ତି ।

manikarnikaଫିଲ୍ମଟି ୨୫ ଜାନୁଆରୀ ୨୦୧୯ରେ ରିଲିଜ ହେବ । ପୁର୍ବରୁ ସିନେମାକୁ ନେଇ ବିବାଦ ଘେରକୁ ଆସିସାରିଛି । ଇତିହାସକୁ ବିକୃତ କରି ସିନେମାରେ ଦେଖାଯାଇଥିବା ଅଭିଯୋଗ ରହିଛି । ସିନେମାରେ ଏକ ସିନରେ ସୁଟିଂ ସମୟରେ କଙ୍ଗନା ଦୁର୍ଘଟଣାର ଶିକାର ମଧ୍ୟ ହୋଇସାରିଛନ୍ତି । ଖଣ୍ଡା ଚାଳନା ସମୟରେ କଙ୍ଗନାଙ୍କ ମୁଣ୍ଡରେ ବାଜିଥିଲା । ଯାହା ଫଳରେ ମୁଣ୍ଡ ଫାଟି ରକ୍ତ ବାହାରିଥିଲା ।

ଦେଖନ୍ତୁ ଟ୍ରେଲର୍ : 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.