ଟ୍ରାଜେଡ଼ି କିଙ୍ଗଙ୍କ ରିୟଲ ଲାଇଫ୍ ଟ୍ରାଜେଡ଼ି, ପିଏମ୍ ମୋଦିଙ୍କ ସହାୟତା ଲୋଡ଼ିଲେ ସାୟରା ବାନୋ

ମୁମ୍ବାଇ: ବଲିଉଡ଼ ଅଭିନେତା ଦିଲିପ୍ କୁମାରଙ୍କ ବଙ୍ଗଳାକୁ ନେଇ ବିବାଦ ଶେଷ ହେବାର ନାମ ନେଉନି। ଏପରିକି ନିକଟରେ କିଛି ବିଲଡ଼ର ଫ୍ଲାଟରେ ମାଲିକାନା ହକ୍ ଜମାଇଛନ୍ତି, ଯାହା ଉପରେ ଦିଲିପ୍ କୁମାରଙ୍କର ବଙ୍ଗଳା ନିର୍ମିତ ରହିଛି। ଅଭିନେତାଙ୍କ ପତ୍ନୀ ତଥା ପୂର୍ବତନ ବଲିଉଡ଼ ଅଭିନେତ୍ରୀ ଏକଥାକୁ ନେଇ ଖୁବ ଚିନ୍ତିତ ଅଛନ୍ତି।ଯାହା ଫଳରେ ସେ ଏବେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି।
ନିକଟରେ ସାୟରା ବାନୋ ବିଲଡ଼ର ସମିର ଭୋଜବାନୀ ଟଙ୍କା ଏବଂ ପାୱାର ବଳରେ ତାଙ୍କୁ ଧମକାଉଥିବା ଅଭିଯୋଗ କରିଛନ୍ତି। ଏଣୁ ଅଭିନେତ୍ରୀ ନିରୁପାୟ ହୋଇ ମହାରାଷ୍ଟ୍ର ସିଏଓଙ୍କ ଅଧିକାରୀଙ୍କ ଦ୍ବାରା ପିଏମ ମୋଦିଙ୍କୁ ଏହି ମାମଲାରେ ଦୃଷ୍ଟି ପକାଇବାକୁ ଅନୁରୋଧ କରିଛନ୍ତି। ଏଥିସହ ମହାରାଷ୍ଟ୍ର ସିଏମ୍ ଦେବେନ୍ଦ୍ର ଫଣ୍ଡବିସ ମଧ୍ୟ ଏହି ଦିଗରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି।
କିଛି ଦିନ ପୂର୍ବେ ଦିଲିପଙ୍କ ଟ୍ବିଟରରୁ ଟ୍ବିଟ କରି ସାୟରା କହିଥିଲେ, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ଲ୍ୟାଣ୍ଡ ମାଫିଆ ସମୀର ଭୋଜବାନୀ ଏବେ ଜେଲରୁ ବାହାରି ଯାଇଛି। ସିଏମ୍ ଦେବେନ୍ଦ୍ର ଫଣ୍ଡବିସଙ୍କ ଆଶ୍ବାସନ ପରେ ମଧ୍ୟ କୌଣସି ପଦକ୍ଷେପ ଉଠାଯାଇନାହିଁ। ଜଣେ ପଦ୍ମ ଭୂଷଣ ଦ୍ବାରା ସମ୍ମାନିତ ବ୍ୟକ୍ତିଙ୍କୁ ଟଙ୍କା ଏବଂ ପାୱାର ଦ୍ବାରା ଏପରି ଧମକା ଯାଉଛି। ମୁଁ ଆପଣଙ୍କୁ ମୁମ୍ବାଇରେ ଦେଖାକରିବା ପାଇଁ ଅନୁରୋଧ କରୁଛି।
Request from Saira Banu Khan: The Hon’ble @PMOIndia Shri @narendramodi
Sir, Land Mafia Samir Bhojwani realeased from Jail. No Action Taken despite assurances by CM @Dev_Fadnavis
Padma Vibhushit betrayed, Threatened by money n muscle power. Request meeting wth u in #mumbai— Dilip Kumar (@TheDilipKumar) December 16, 2018
ସୂଚନା ପାଇଁ କହିବାକୁ ଯାଉଛୁ, ସାୟରା ବାନୋ ଏବଂ ସମିର ଭୋଗବନୀଙ୍କ ମଧ୍ୟରେ ଜାଗାକୁ ନେଇ ବିବାଦ ଚାଲୁଥିଲା। ଅଭିନେତ୍ରୀଙ୍କ କହିବାନୁଯାୟୀ, ସମିର ମିଥ୍ୟା କାଗଜ ଦେଇ ସେହି ସ୍ଥାନ ହାସିଲ କରିବାକୁ ଚେଷ୍ଠା କରୁଛନ୍ତି। ଏହାପରେ ଅଭିଯୋଗ କ୍ରମେ ସମିରଙ୍କୁ ଇକୋନୋମିକ୍ସ ଅଫେନ୍ସ ଉଙ୍ଗ୍ ଦ୍ବାରା ତାଙ୍କୁ ଗିରଫ କରାଯାଇଥିଲା। ଏବେ ସମିର ଜେଲରୁ ବାହାରକୁ ଆସିଯାଇଥିବା ବେଳେ ପୁଣି ସାୟାର ଏବଂ ଦିଲିପଙ୍କୁ ଧମକାଇବା ଆରମ୍ଭ କରିଛନ୍ତି। ଏଣୁ ଅଭିନେତ୍ରୀ ପିଏମ ମୋଦିଙ୍କ ସହ ସାକ୍ଷାତ କରି ଏହି ଅସୁବିଧାର ସମାଧାନ ବାହାର କରିବାକୁ ଅନୁରୋଧ କରିଛନ୍ତି।