Below header

୧୩ ବର୍ଷର ପୁଅକୁ ବିବାହ କରି ୧୦ ଦିନରେ ବିଧବା ହେଲେ କନ୍ୟା, ଜାଣନ୍ତୁ ପ୍ରକୃତ ଘଟଣା

ଅନ୍ଧବିଶ୍ୱାସ ଏକ ଏପରି ଶବ୍ଦ ଯାହା ମଣିଷକୁ କିଛି ବି କରେଇବାକୁ ବାଧ୍ୟ କରିଥାଏ। ଏହାକୁ ମାନି କିଛି ଏମିତି କାମ କରିଥାନ୍ତି ଯାହା ତାଙ୍କୁ ପରେ ସମସ୍ୟାରେ ପକାଇଥାଏ। ଭାରତରେ ଏହାର ଉଦାହରଣ ଅନେକ। ଭାରତରେ ଅନ୍ଧବିଶ୍ୱାସକୁ ନେଇ ଲୋକମାନେ ଆଜିବି ସଚେନତ ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ପଞ୍ଜାବର ଜଲନ୍ଧରରେ ଦେଖିବାକୁ ମିଳିଛି। ଜାତକରେ ଥିବା ଦୋଷର ପ୍ରତିକାରକୁ ନେଇ ଏହି ଘଟଣା ସାମ୍ନାକୁ ଆସିଛି।

ଜଲନ୍ଧରରେ ଥିବା ଜଣେ ବ୍ୟକ୍ତିଙ୍କ ଝିଅ ମାଙ୍ଗଳିକ ଥିବାରୁ ବିବାହରେ ଅନେକ ବାଧା ଉପୁଜିଥିଲା। ଏହି ଦୋଷର ପ୍ରତିକାର ପାଇଁ ସେ ଜ୍ୟୋତିଷଙ୍କ ପାଖକୁ ଗଲେ। ଅନ୍ଧବିଶ୍ୱାସରେ ଜଡିତ ଥିବା ଏହି ପରିବାର ଜ୍ୟୋତିଷଙ୍କ କଥାକୁ ମାନି ମଙ୍ଗଳ ଦୋଷ ଦୂର କରିବା ପାଇଁ ଏମିତି ଉପାୟ ଆପଣାଇଲେ, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

sss
pc: times of india

ଜଲନ୍ଧରରେ ଏହି ଝିଅ ଜଣଙ୍କ ଜଣେ ୧୩ ବର୍ଷର ପୁଅକୁ ଟିଉସନ କରେ। ମାଙ୍ଗଳିକ ଦୋଷ ହେତୁ ପଣ୍ଡିତଙ୍କ କହିବା ଅନୁଯାୟୀ ଏହାର ପ୍ରତିକାର ସ୍ୱରୁପ ଝିଅକୁ ଗୋଟେ ଛୋଟ ପୁଅ ସହ ବିବାହ କରିବାକୁ ପଡିବ। ବିବାହର ସବୁ ପ୍ରଥା ମାନିବା ପରେ ବିଧବା ହୋଇ କାନ୍ଦିବାକୁ ମଧ୍ୟ ପଡିବ । ଏହା କରିବା ଦ୍ୱାରା ଝିଅର ମଙ୍ଗଳଦୋଷ କଟିବ ବୋଲି କହିଥିଲେ ପଣ୍ଡିତ ଜଣକ। ଏହାକୁ ବିଶ୍ୱାସ କରି ଝିଅ ଜଣକ ନିଜ ଛାତ୍ରକୁ ଘରକୁ ପାଠ ପଢ଼ଇବା ବାହାନାରେ ତା’ ସହ ବିବାହ କରିଥିଲା। ୧୦ଦିନ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହାପରେ ପୁଅର ପରିବାର ଲୋକେ ଝିଅର ପରିବାର ଏବଂ ପଣ୍ଡିତଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାକୁ ଶୁଣିବା ପରେ ୨ପରିବାର ସହ ପଣ୍ଡିତକୁ ମଧ୍ୟ ଥାନାକୁ ଡାକିଥିଲେ। ଏପରି ଅନ୍ଧବିଶ୍ୱାସକୁ ନମାନିବା ସହ ଘଟଣାକୁ ଅଧିକ ଯାଞ୍ଚ କରିବା ପାଇଁ ଡିସିପି ଗୁରମିତ ସିଂ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.