ପୁଣି ଗାଁ ମୁହାଁ ହେଲେ ହାତୀପଲ, ଅଞ୍ଚଳବାସୀ ଛାନିଆ

କାମାକ୍ଷାନଗର(କେ.ନ୍ୟୁଜ): ପୁଣି ଗାଁ ମୁହାଁ ହେଲେ ହାତୀପଲ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ରେଣ୍ଠାପାଟ ଗାଁରେ ହାତୀପଲ। ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ଲୋକମାନେ ଛାନିଆ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏକ ଦଶ ଟିକିଆ ହାତୀପଲ ଆଜି ସକାଳୁ କୁମୁସି ଗାଁ ପାର ହୋଇ ରେଣ୍ଠାପାଟ ମୁହାଁ ହୋଇଥିଲେ। ପରେ ହାତୀପଲ ବ୍ରାହ୍ମଣୀ ନଦୀ ଆଡକୁ ଯାଉଥିବାର ଦେଖିବାକୁ ମିଳିଛି। ଯଦି ହାତୀପଲ ଗାଁର ଆଖପାଖ ଅଞ୍ଚଳରେ ରୁହନ୍ତି ତେବେ କଚ୍ଚାଘର ଏବଂ ପନିପରିବା ଫସଲ ଉଜାଡ଼ି ଯିବା ସହ ଅନେକ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତୁରନ୍ତ ବନ ବିଭାଗ ହାତୀମାନଙ୍କୁ ଘଉଡାଇବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.