Below header

BJP ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆଚରଣ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି । ଆଜି ବିଧାନସଭା ମୁଲତବୀ ପରେ ରାଜଭବନ ଗଲେ ବିଜେଡି ବିଧାୟକ । ବିଧାନସଭା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଅଶୋଭନୀୟ ଆଚରଣ ନେଇ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ଗୃହରେ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା କଥା ଜଣାଇଛନ୍ତି । ବିଧାନସଭାର ଗରିମା କ୍ଷୁର୍ଣ୍ଣ କରିଥିବା କଥା ରାଜ୍ୟପାଳଙ୍କୁ ଜଣାଇଛନ୍ତି ବିଜେଡି ବିଧାୟକ । ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ବିଜେଡି ଅଡ଼ି ବସିଛି । ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକମାନେ ହୋହଲ୍ଲା କରିଥିଲେ । ଏହା ସହ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡି ସମସ୍ୟାକୁ ନେଇ ହଟ୍ଟଗୋଳ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.