ପରୀକ୍ଷା ନ ହୋଇ ଲାଗିଛି ବ୍ୟାକ୍, ଭଦ୍ରକ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା । +୩ ଦ୍ୱିତୀୟ ବର୍ଷ ବିଭିନ୍ନ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀଙ୍କ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷାରେ ବ୍ୟାକ ଲାଗିଥିବାକୁ ନେଇ ଉତ୍ତେଜନା ଲାଗିରହିଛି । କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ । କରୋନା ସମୟରେ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ହୋଇନଥିବା ବେଳେ କିପରି ବ୍ୟାକ ଲାଗିଲା ତାହାକୁ କେନ୍ଦ୍ର କରି ଅଶାନ୍ତି ଦେଖା ଦେଇଛି ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଯାହାର ପ୍ରଥମ ସେମିଷ୍ଟାର ବ୍ୟାକ ଲାଗିଥିଲା ତାଙ୍କର ଦ୍ଵିତୀୟ ସେମିଷ୍ଟାର ବ୍ୟାକ କରାଯାଇଛି। ଏନେଇ କଲେଜ ଅଧ୍ୟକ୍ଷ କହିଛନ୍ତି, ସରକାରଙ୍କ ନିୟମାନୁସାରେ ସମସ୍ତ କାର୍ଯ୍ୟ ହୋଇଛି । ଛାତ୍ର ଅଶାନ୍ତି ଦେଖି ପଦକ୍ଷେପ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.