Below header

ମାଆର ମମତା ଆଗରେ ହାର ମାନିଲା ଆଇନ୍, ଫେରିଲା ବାର୍‌ହା ଢୁଡ୍‌

କେନ୍ଦୁଝର(କେ.ନ୍ୟୁଜ): ମାଆ ମମତାର ମୂଲ ଅମୂଲ। ମାଆର ପଣତ ଦୁନିଆର ସବୁଠୁ ନିରାପଦ ସ୍ଥାନ। ମାଆର ସ୍ନେହବୋଳା ଡାକରେ ବନ୍ୟଜନ୍ତୁ ବି ଘରକୁ ଫେରି ଆସିଲା। ଜଙ୍ଗଲରେ ବାର୍‌ହା ଢୁଡ୍‌କୁ ଖୋଜି ପାଇଲେ କୁନ୍ତଳା । ସାଥିରେ ନେଇଥିବା ଖାଦ୍ୟକୁ ନିଜ ହାତରେ ତାକୁ ଖାଇବାକୁ ଦେଲେ । କୋଳକୁ ନେଇ ଆଉଁସି ଦେଲେ । ମାଆର ମମତା ଢାଳି ଦେଲେ କୁନ୍ତଳା। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା ।

ପୁରୁଷୋତ୍ତମପୁର ଗାଁର କୁନ୍ତଳା ପେଣ୍ଠେଇ ୨ ବର୍ଷ ତଳେ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ବାର୍‌ହା ଛୁଆକୁ ଅସହାୟ ଅବସ୍ଥାରେ ପାଇଥିଲେ । ତାକୁ ଘରକୁ ଆଣି ପାଳି ପୋଷି ବଡ଼ କରିଥିଲେ । ନାଁ ଦେଇଥିଲେ ଢୁଡ । ଘରର ଅନ୍ୟ ଗୃହପାଳିତ ପଶୁଙ୍କ ସହ ଖେଳକୁଦ କରୁଥିଲା ଢୁଡ୍‌ । ପାଲଟିଯାଇଥିଲା ପରିବାରର ଜଣେ ସଦସ୍ୟ । ଏ ସଂପର୍କରେ ଜାଣିବା ପରେ ଗାଁରେ ପହଞ୍ଚିଥିଲା ବନ ବିଭାଗ । ବାର୍‌ହାକୁ ସେମାନେ ନେଇଯାଇଥିଲେ । ଜଙ୍ଗଲ ଜନ୍ତୁ ଘରେ ରଖିବା ଅପରାଧ । ତେଣୁ ଜଙ୍ଗଲ ଆଇନ ଅନୁଯାୟୀ ବନ ବିଭାଗ ପକ୍ଷରୁ ବାର୍‌ହାକୁ ସମାକୋଇ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଏଥିରେ ଖୁବ ବିଚଳିତ ହୋଇପଡ଼ିଥିଲେ କୁନ୍ତଳା । ବାର୍‌ହା ନ ମିଳିବାରୁ ପାଗଳ ପରି ଜଙ୍ଗଲରେ ଘୂରି ବୁଲୁଥିଲେ କୁନ୍ତଳା । ଜଙ୍ଗଲରେ ଢୁଡ୍‌କୁ ଖୋଜିବାରେ ଲାଗିଥିଲେ । ପ୍ରତିଦିନ ଖାଦ୍ୟ ଧରି ଜଙ୍ଗଲ ମଧ୍ୟରେ ଢୁଡ୍‌ ନାଁ ଧରି ଡାକି ଖୋଜି ବୁଲୁଥିଲେ। ଶେଷରେ ଆଜି ତାକୁ ଜଙ୍ଗଲରେ ଖୋଜି ପାଇଛନ୍ତି କୁନ୍ତଳା । ଆଉ ଢୁଡ୍‌କୁ ଆଣି ପୁଣି ଘରେ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.