Below header

ଘରେ ବନାନ୍ତୁ ଏକଦମ ବଜାର ଭଳି ‘ଇମଲୀ କ୍ୟାଣ୍ଡି’, ମାତ୍ର ୧୦ ମିନିଟରେ ହେବ ପ୍ରସ୍ତୁତ୍‌

ସାଧାରଣତଃ ଖଟା ମିଠା ତେନ୍ତୁଳୀ ଚକୋଲେଟ ବା ଇମଲୀ କ୍ୟାଣ୍ଡି ସମସ୍ତଙ୍କୁ ବହୁତ ପସନ୍ଦ। ଆଜିକାଲି ତ ଅନେକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ ମାଉଥ୍ ଫ୍ରେସନର ରୂପରେ ଇମଲୀ କ୍ୟାଣ୍ଡି ଦିଆଯାଉଛି। ତେନ୍ତୁଳୀ ଚକୋଲେଟ୍ ଖାଇବାକୁ ବହୁତ ସ୍ୱାଦିଷ୍ଟ। ତେବେ ଆପଣ ଘରେ ମଧ୍ୟ ସହଜରେ ଏହାକୁ ପ୍ରସ୍ତୁତ କରିପାରିବେ। ତାହାପୁଣି ମାତ୍ର ୧୦ ମିନିଟ୍ ସମୟରେ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ତେନ୍ତୁଳୀ
  • ଖଜୁରୀ
  • ଗରମ ପାଣି
  • ଗୁଡ
  • ଲାଲ ଲଙ୍କା ପାଉଡର
  • ଚାଟ୍ ମସଲା
  • ଜିରା ପାଉଡର
  • ଲୁଣ
  • ଘିଅ

ପ୍ରସ୍ତୁତି ପ୍ରଣାଳୀ

ଷ୍ଟେପ ୧ : ସର୍ବପ୍ରଥମେ ତେନ୍ତୁଳୀ ଏବଂ ଖଜୁରୀକୁ ପାଣିରେ ଭିଜାଇ ଦିଅନ୍ତୁ। ଅତିକମରେ ୩୦ ମିନିଟ୍ ପର‌୍ୟ୍ୟନ୍ତ ଏହାକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ଏହାପରେ ଖଜୁରୀ ଏବଂ ତେନ୍ତୁଳୀ ପାଣିକୁ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଏକ ପତଳା ପେଷ୍ଟ ପ୍ରସ୍ତୁତ କରନ୍ତୁ।

ଷ୍ଟେପ ୨ : ଏବେ ଏହି ପେଷ୍ଟକୁ ଛାଣି ନିଅନ୍ତୁ ଏବଂ ଧୀମା ଆଞ୍ଚରେ ପ୍ୟାନ୍ ବସାଇ ପେଷ୍ଟକୁ ରାନ୍ଧନ୍ତୁ। ଏହାପରେ ଏହି ପେଷ୍ଟରେ ଗୁଡ ପକାଇ ଦିଅନ୍ତୁ ଏବଂ ଗୁଡ ମିଳେଇବା ପଯ୍ୟର୍ନ୍ତ ଏହାକୁ ଭଲଭାବେ ରାନ୍ଧନ୍ତୁ। ଯେତେବେଳେ ଗୁଡ ମିଳେଇଯିବ ସେତେବେଳେ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ।

ଷ୍ଟେପ ୩ : ଏବେ ଏହି ପ୍ରସ୍ତୁତ ପେଷ୍ଟରେ ଚାଟ୍ ମସଲା, ଲୁଣ, ଲାଲ ଲଙ୍କା ଏବଂ ଜିରା ପାଉଡର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ଏହି ମିଶ୍ରଣରେ ଦେଶୀ ଘିଅ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଆପଣ ଏହି ମିଶ୍ରଣକୁ ରାପିଙ୍ଗ୍ ପେପରରେ ପ୍ୟାକ୍ କରିନିଅନ୍ତୁ। ଏହି ସହଜ ଷ୍ଟେପ୍ସରେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଇମଲୀ କ୍ୟାଣ୍ଡି ବା ତେନ୍ତୁଳୀ ଚକୋଲେଟ୍‌। ବିଶ୍ୱାସ କରନ୍ତୁ ଏହାକୁ ପିଲା ଯାଏ ବଡ ଯାଏ ସମସ୍ତେ ପସନ୍ଦ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.