ରାଜ୍ୟର ନୂଆ ପିସିସିଏଫ୍ ଭାବେ ନିଯୁକ୍ତ ହେଲେ ଶିଶିର କୁମାର ରଥୋ

ରାଜ୍ୟର ନୂଆ ପିସିସିଏଫ୍ ହେଲେ ଶିଶିର କୁମାର ରଥୋ । ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଶିଶିର କୁମାର ରଥୋ ହେଉଛନ୍ତି ୧୯୮୭ ବ୍ୟାଚ୍ ଆଇଏଫଏସ୍ । ବର୍ତ୍ତମାନ ସେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟରେ ଅତିରିକ୍ତ ଡିଜି ଭାବରେ କାର୍ଯ୍ୟରତ ଅଛନ୍ତି ଶିଶିର କୁମାର ରଥୋ ।