ପାର୍କିଂକୁ ନେଇ ପୋଲିସ ସହିତ ଯୁକ୍ତି କରୁଥିଲେ ଯୁବତୀ, ତା’ ପରେ ମହିଳା ଏସଆଇ ଏମିତି କାମ କଲେ ଭାଇରଲ ହେଉଛି ଭିଡିଓ

ମହିଳା ପୋଲିସ ଏସଆଇଙ୍କ ସହିତ ଝଗଡା କରିବା ଯୁବତୀଙ୍କୁ ମହଙ୍ଗା ପଡିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। କର୍ଣ୍ଣାଟକର ମାଣ୍ଡ୍ୟା ସହରର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଏହି ଭିଡ଼ିଓରେ ଦେଖିବାକୁ ମିଳିଛି, ସ୍କୁଟି ଚଲାଉଥିବା ଜଣେ ଯୁବତୀ ପୋଲିସକର୍ମୀଙ୍କ ସହ ଝଗଡ଼ା କରୁଛନ୍ତି। ଏହା ସହିତ ଯୁବତୀ ଜଣକ ମୋବାଇଲ ଫୋନ୍ରେ ଅନ୍ୟ କାହା ସହିତ କଥା ହେଉଛନ୍ତି। ଏପଟେ ଯୁବତୀ ଜଣକ ସ୍କୁଟି ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ଏହି ଯୁକ୍ତିତର୍କ ମଝିରେ ଜଣେ ମହିଳା ପୋଲିସ୍ ତାଙ୍କୁ ଚାପୁଡ଼ା ମାରିଛନ୍ତି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଜଣେ ବ୍ୟକ୍ତି ମହିଳା ଦିବସରେ ଅବସରରେ ସେୟାର କରିଥିଲେ। ମାଣ୍ଡ୍ୟା ସହରର ଉକ୍ତ ଯୁବତୀ ଜଣକ ନିଜ ସ୍କୁଟିକୁ ନୋ ପାର୍କିଂ ଏରିଆରେ ଠିଆ କରିଥିଲେ। ପୋଲିସ ସ୍କୁଟିକୁ ସିଜ୍ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲେ। ଏହି କଥାକୁ ନେଇ ଯୁବତୀ ଜଣକ ପୋଲିସ କର୍ମୀଙ୍କ ସହ ଝଗଡ଼ା କରିଥିଲେ।

ଯୁବତୀଙ୍କ କହିବାନୁସାରେ, ପୋଲିସ ଜରିମାନ ଲଗାଇପାରିବେ, କିନ୍ତୁ ସ୍କୁଟିକୁ ସିଜ୍ କରିପାରିବେ ନାହିଁ। ଭିଡ଼ିଓରେ ଜଣେ ପୋଲିସକର୍ମୀ ସ୍କୁଟିକୁ ସେହି ସ୍ଥାନରୁ ନେଇଯିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ। କିନ୍ତୁ ଯୁବତୀ ଜଣକ ଏଭଳି ହେବାକୁ ଦେଇନଥିଲେ।

ତେବେ ପରେ ଯେତେବେଳେ ନାବାଳିକା ଯୁବତୀଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା, ସେତେବେଳେ ପୋଲିସ କର୍ମଚାରୀମାନେ ତାଙ୍କ ବୟସକୁ ବିଚାର କରି ଏହି ପ୍ରସଙ୍ଗରେ ଅଧିକ ପଦକ୍ଷେପ ନ ନେବାକୁ ନିଷ୍ପତ୍ତି ନେଇଥିଲେ। ପରେ ପୋଲିସ ତାଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.