ଦୁନିଆର ସବୁଠାରୁ ମହଙ୍ଗା ଔଷଧ ‘ଜୋଲଜେନ୍ସମା’, ଯାହାର ଗୋଟେ ଡୋଜର ଦାମ୍ ୧୮ କୋଟି ଟଙ୍କା
କୌଣସି ବି ରୋଗର ଚିକିତ୍ସା ଔଷଧ ଦ୍ବାରା ହୋଇଥାଏ। ଅନେକ ଥର ଏହି ଔଷଧ ବହୁତ ମହଙ୍ଗା ହୋଇଥାଏ କି ସାଧାରଣ ଲୋକ ଏହା ବିଷୟରେ ଭାବିବା ମଧ୍ୟ ମହଙ୍ଗା ହୋଇଯାଏ। ରୋଗ ଯଦି ଦୁଲର୍ଭ ହୋଇଥିବ ତେବେ ଚିକିତ୍ସା ମଧ୍ୟ ବହୁତ ମହଙ୍ଗା ହେବ। ଏମିତି ଏକ ଦୁଲର୍ଭ ରୋଗ ପାଇଁ ପ୍ରସ୍ତୁତ କରାଯାଇଛି, ଦୁନିଆର ସବୁଠାରୁ ମହଙ୍ଗା ଔଷଧ। ଯାହାର ଏକ ଡୋଜର ମୂଲ୍ଯ ୧.୭୯ ମିଲିଅନ ପାଉଣ୍ଡ ଅର୍ଥାତ୍ ୧୮.୨୦ କୋଟି ଟଙ୍କା। ଏହି ଔଷଧର ଗୋଟେ ଡୋଜରେ ରୋଗ ଠିକ୍ ହୋଇଯିବ ବୋଲି ବୈଜ୍ଞାନିକ ଦାବି କରିଛନ୍ତି।
ବିଶ୍ବର ସବୁଠୁ ଦାମୀ ଔଷଧ ‘ଜୋଲଜେନ୍ସମା’କୁ ବିଟ୍ରେନ୍ର ଜାତୀୟ ସ୍ବାସ୍ଥ୍ୟ ସେବା(ଏନ୍ଏଚ୍ଏସ୍) ମଞ୍ଜୁର କରିଛି। ନୋଭାର୍ଟିସ୍ ଜିନ୍ ଥେରାପି କମ୍ପାନି ଦ୍ବାରା ପ୍ରସ୍ତୁତ ଔଷଧ ବିରଳ ଧରଣର ଆନୁବଂଶିକ ବ୍ୟତିକ୍ରମ ଦୂର କରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ବିଶେଷ କରି ପକ୍ଷାଘାତ, ମାଂସପେଶୀରେ ଦୁର୍ବଳତା ଓ ଚାଲିବାରେ ଅବନତି ଘଟାଉଥିବା ସ୍ପାଇନାଲ୍ ମସ୍କୁଲାର ଆଟ୍ରପି(ଏସ୍ଏମ୍ଏ) ପରି ବିରଳ ତଥା ଘାତକ ଆନୁବଂଶିକ ରୋଗକୁ ଏହା ଭଲ କରିପାରିବ ବୋଲି ଏନ୍ଏଚ୍ଏସ୍ ପକ୍ଷରୁ କୁହାଯାଇଛି। ତେବେ ସ୍ବତନ୍ତ୍ର କରି ଏସ୍ଏମ୍ଏରେ ପୀଡ଼ିତ ଶିଶୁ ଓ ଯୁବମାନଙ୍କ ଠାରେ କେବଳ ଏହି ବିରଳ ଔଷଧର ପ୍ରୟୋଗ କରାଯାଇପାରିବ।
NICE have approved Novartis Gene Therapies’ Zolgensma, the world’s most expensive treatment, for Type 1 Spinal Muscular Atrophy. Hope wins. No doubt there is still more work to do. Bravo to all involved 👏 https://t.co/eeU5bUiTDe
— Reverse Rett (@ReverseRett) March 8, 2021
ତେବେ ଏହି ଜୀବନ ରକ୍ଷାକାରୀ ‘ଜୋଲଜେନ୍ସମା’ର ଉପଚାର ଦ୍ବାରା ପୀଡ଼ିତ ଶିଶୁ କୌଣସି ସହାୟତା ବିନା ନିଜେ ଠିଆ ହୋଇ ଚାଲିପାରିବ ମଧ୍ୟ। ଏହି ଔଷଧରେ ରହିଥିବା ଓନାସେମ୍ନୋଜିନ୍ ଆବିପାର୍ଭୋଭେକ୍ ନାମକ ମୂଳ ଉପାଦାନ ଶରୀରର ସ୍ନାୟୁ ଭିତରକୁ ପଶି ଜିନ୍ ବା ଜନନ କୋଷିକାରେ ସୁଧାର ଆଣିପାରିବ। ଫଳରେ ଶରୀରରେ ସ୍ନାୟୁ ସଂଚାଳନ ସମେତ ମାଂସପେଶୀ ନିୟନ୍ତ୍ରଣ ପାଇଁ ଉର୍ଦ୍ଦିଷ୍ଟ ପ୍ରୋଟିନ୍ ବିକଶିତ ହୋଇପାରିବ ବୋଲି ବ୍ରିଟେନ୍ ଏନ୍ଏଚ୍ଏସ୍ ସିଇଓ ସାର୍ ସାଇମନ୍ ଷ୍ଟିଭେନ୍ସ କହିଛନ୍ତି।