ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହେବ ଅର୍ଥ ସବ୍‌ କମିଟି ବୈଠକ, ଉପସ୍ଥାପନ କରାଯିବ ୨୦୨୧ -୨୨ର ବାର୍ଷିକ ବଜେଟ୍‌ ଅଟକଳ

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଅର୍ଥ ସବ୍‌ କମିଟି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ଅର୍ଥ ସବ୍‌ କମିଟି ବୈଠକରେ ୨୦୨୧ -୨୨ର ବାର୍ଷିକ ବଜେଟ୍‌ ଅଟକଳ ଉପସ୍ଥାପନ କରାଯିବ । ଶ୍ରୀମନ୍ଦିରର ଆୟବ୍ୟୟର ମଧ୍ୟ ଅଟକଳ କରାଯିବ ।

ବିଶେଷ କରି କେଉଁ କ୍ଷେତ୍ରରୁ କେତେ ଆୟ ହେଉଛି ଏବଂ ଆଗକୁ କିଭଳି ଅଧିକ ହୋଇପାରିବ, କର୍ଫସ ଫଣ୍ଡ, ଟେମ୍ପୁଲ ଫଣ୍ଡ ଏବଂ ଫାଉଣ୍ଡେସନ ଫଣ୍ଡକୁ ବୃଦ୍ଧି କରାଯିବ ଏବଂ କେଉଁ କ୍ଷେତ୍ରରେ ଏହାକୁ ବ୍ୟୟ କରାଯିବ ତା ଉପରେ ମଧ୍ୟ ଆଲୋଚନା ହୋଇପାରେ । ଏହା ସହ ୨୦୨୦-୨୧ର ସଂଶୋଧିତ ବଜେଟ ଅଟକଳ ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯିବ । ସେପଟେ ମାହାଲ ବନ୍ଦ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.