Below header

ୟୁଟ୍ୟୁବରେ ଅଭିନନ୍ଦନଙ୍କ ୧୧ଟି ଭିଡିଓକୁ ହଟାଇଲେ ସରକାର, ଆପଣ ମଧ୍ୟ ସେୟାର କରିବାଠୁ ରୁହନ୍ତୁ ଦୂରରେ

ଭାରତୀୟ ବାୟୁସେନା ମିଗ୍- ୨୧ର ପାଇଲଟ୍ ଅଭିନନ୍ଦନଙ୍କୁ ଜଡିତ ଅନେକ ଭିଡିଓକୁ ସରକାର ୟୁଟ୍ୟୁବରୁ ହଟାଇ ଦେଇଛନ୍ତି। ବୁଧବାର ଦିନ ପାକିସ୍ତାନ ପାଇଲଟ ଅଭିନନ୍ଦନଙ୍କୁ ବନ୍ଦୀ କରାଇନେଇଥିଲେ। ଏହାପରେ ଅଭିନନ୍ଦନଙ୍କୁ ଜଡିତ ଥିବା ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା ଏବଂ ଲୋକମାନେ ଅଭିନନ୍ଦନଙ୍କ ନାମରେ ଅନେକ ହ୍ୟାସଟାଗ ମଧ୍ୟ ବ୍ୟବହାର କରିବାକୁ ଲାଗିଲେ।

ସରକାରଙ୍କ କହିବାନୁଯାୟୀ ଏହି ସମୟରେ ଦେଶ ବହୁତ ସମ୍ବେଦନଶୀଳ ପରିସ୍ତିତିରେ ଗତି କରୁଛି।। ଏମିତିରେ ୱିଙ୍ଗ୍ କମାଣ୍ଡରଙ୍କୁ ଜଡିତ ବହୁତ ଭିଡିଓ ପାକିସ୍ତାନ ସମର୍ଥକଙ୍କ ତରଫରୁ ସେୟାର କରାଯାଉଛି। ସେହିଭଳି ତାଙ୍କ ନାମରେ ଅନେକ ଫର୍ଜି ଭିଡିଓ ମଧ୍ୟ ସେୟାର କରାଯାଉଛି। ଏମିତି ଭାବରେ ତାଙ୍କ ଭିଡିଓକୁ ସେୟାର କରିବା ଉଚିତ ନୁହେଁ। ଏହାସହିତ ହ୍ବାଟସପ୍ ଏବଂ ଟ୍ବିଟରରେ ମଧ୍ୟ ଅନେକ ଭିଡିଓ ସେୟାର କରାଯାଉଛି। ଲୋକମାନେ ଏମିତି ଭିଡିଓକୁ ଆଗକୁ ଫରୱାର୍ଡ କରିବାରୁ ନିଜକୁ ଦୂରେଇ ରଖିବା ଉଚିତ।

ଏହାପରେ ଆଇଟି ମନ୍ତ୍ରାଳୟ ୟୁଟ୍ୟୁବକୁ ଅପରେଟ କରୁଥିବା କମ୍ପାନୀ ଗୁଗଲ, ତାର ପ୍ଲାଟଫର୍ମ ୟୁଟ୍ୟୁବରୁ ଅଭିନନ୍ଦନଙ୍କୁ ଜଡିତ ଥିବା ଭିଡିଓକୁ ହଟାଇବାକୁ କହିଛି ଏବଂ ଗୁଗଲ ତୁରନ୍ତ ଆକ୍ସନ ନେଇ ଭିଡିଓକୁ ହଟାଇ ଦେଇଛି। ଏମିତିରେ ଆପଣଙ୍କ ପାଇଁ ଭଲ ହେବ ଆପଣ ଅଭିନନ୍ଦନଙ୍କୁ ଜଡିତ ଥିବା କୌଣସି ବି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ଠାରୁ ଦୂରେଇ ରୁହନ୍ତୁ।

ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ସକୁଶଳ ଛାଡିବା ପାଇଁ ଭାରତ ପାକିସ୍ତାନକୁ କହିଥିଲା। ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଅଭିନନ୍ଦନଙ୍କୁ ଛାଡିବା ପାଇଁ ଘୋଷଣା କରିଛନ୍ତି। ଆଜି ଅପରାହ୍ଣରେ ଅଭିନନ୍ଦନଙ୍କୁ ଭାରତ ଛଡାଯିବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.